ETV Bharat / state

ବୌଦ୍ଧରେ ଗୋଟିଏ ଦିନରେ 28 ପଜିଟିଭ ମାମଲା, ଚିନ୍ତାରେ ପ୍ରଶାସନ - boudh corona news

ବୌଦ୍ଧରେ ଗୋଟିଏ ଦିନରେ 28ଟି ପଜିଟିଭ ରିପୋର୍ଟ । କେବଳ ହରଭଙ୍ଗା ବ୍ଲକର 3ଟି କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହେବାପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋରୋନା: ବୌଦ୍ଧ ହରଭଙ୍ଗା ବ୍ଲକରେ 28 ପଜିଟିଭ ମାମଲା ରିପୋର୍ଟ, ଚିନ୍ତାରେ ପ୍ରଶାସନ

author img

By

Published : May 20, 2020, 12:46 PM IST

Updated : May 20, 2020, 1:24 PM IST

ବୌଦ୍ଧ: ଜିଲ୍ଲାରେ ବୁଧବାର ହରଭଙ୍ଗା ବ୍ଲକର 3ଟି କ୍ବାରେଣ୍ଟାଇନ ସେଣ୍ଟରରୁ ଗୋଟିଏ ଦିନରେ 28ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ପ୍ରଶାସନ । ସେପଟେ ଏହି ଖବର ପାଇବା ପରେ ଅଞ୍ଚଳବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଏହି 28ଟି ପଜିଟିଭ ସହ ବୌଦ୍ଧ ଜିଲ୍ଲାରେ ସମୂଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33ରେ ପହଞ୍ଚିଛି ।

ବୌଦ୍ଧରେ ଗୋଟିଏ ଦିନରେ 28 ପଜିଟିଭ ମାମଲା, ଚିନ୍ତାରେ ପ୍ରଶାସନ

ହରଭଙ୍ଗା ବ୍ଲକରେ ପ୍ରଥମ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଏକାଥରକେ 28 ଜଣ ଆକ୍ରାନ୍ତଙ୍କ ରିପୋର୍ଟ ପ୍ରଶାସନକୁ ଚିନ୍ତାରେ ପକାଇଛି । ସମସ୍ତ ଆକ୍ରାନ୍ତ ହରଭଙ୍ଗା ବ୍ଲକ ବୀରନରସିଂପୁର, ବାଣୀଭୂଷଣପୁର ଓ ଆଢେଣୀଗଡ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ସେପଟେ ଉକ୍ତ 28 ଜଣଙ୍କ ମଧ୍ୟରୁ 21 ଜଣଙ୍କୁ ବୌଦ୍ଧ ସ୍ଥିତ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା କରାଯାଉଥିବାବେଳେ, ଅନ୍ୟ 7 ଜଣଙ୍କୁ ଚିକିତ୍ସା ପାଇଁ ଭୂବନେଶ୍ୱର ପଠାଯାଇଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 20, 2020, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.