ETV Bharat / state

ଚିର ଅବହେଳିତ ମହାନଦୀ ଗର୍ଭସ୍ଥ କୁଦଗାଁ, ଅସୁବିଧାରେ 65 ପରିବାର - ଅବହେଳିତ ଅବସ୍ଥାରେ କୁଦଗାଁ

ନଦୀ ଭିତରେ ଥିବା ଦ୍ବୀପଗ୍ରାମ ରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ କାଳ କାଟୁଛନ୍ତି 65 ଗୋଟି ପରିବାର ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତ ସବୁ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ । ଅଧିକ ପଢନ୍ତୁ...

ଚିର ଅବହେଳିତ ମହାନଦୀ ଗର୍ଭସ୍ଥ କୁଦଗାଁର 65 ଟି ପରିବାର

author img

By

Published : Feb 21, 2021, 12:18 PM IST

Updated : Feb 21, 2021, 1:33 PM IST

ବୌଦ୍ଧ: ନଦୀ ଭିତରେ ଗାଁ, ଆଉ ଗାଁ ର ନା କୁଦଗାଁ । ମହାନଦୀ ଗର୍ଭରେ ରହିଥିବା ଏକାଧିକ ଦ୍ବୀପଗ୍ରାମ ମଧ୍ୟରୁ ଅନ୍ୟତମ ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କୁଦଗାଁ ପଞ୍ଚାୟତ । କୁଦଗାଁ ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ନଦୀ ଗର୍ଭରେ ଥିବା ହେତୁ ପଞ୍ଚାୟତ କାର୍ଯ୍ୟାଳୟ ନୂଆ କୁଦଗାଁ ଠାରେ ସ୍ଥାପନ କରାଯାଇଛି ।

ଦ୍ବୀପଗ୍ରାମ କୁ ଯିବାକୁ ହେଲେ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଏଠାରେ 65 ଟି ପରିବାରର ପ୍ରାୟ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ସବୁକିଛି ଅପହଞ୍ଚ ଭଳି ମନେହୋଇଥାଏ । ସରକାରଙ୍କ ପକ୍ଷରୁ ଏଠାରେ ଅସ୍ଥାୟୀ ଭାବରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଛି ।

ଗାଁ ଚତୁଃପାର୍ଶ୍ବରେ ମହାନଦୀ ଶୁଖିଲେ ବାଲି ମାଫିଆ ଏଠାରୁ ବାଲି ଚାଲାଣ କରି ବ୍ୟାପକ ଲଘୁ ଖଣିଜ ସମ୍ପଦ ଲୁଟ କରୁଥିଲେ ମଧ୍ୟ ଦ୍ବୀପଗ୍ରାମର ବିକାଶ ଦିଗକୁ ଆଦୌ ଦେଖନ୍ତି ନାହିଁ । ଏଠାରେ ସାଧାରଣ ଲୋକଙ୍କ ପ୍ରାୟ 392 ଏକର ରୟତ ଜମି ରହିଥିବା ବେଳେ ସମୁଦାୟ ବାର ଶହ ଏକରରୁ ଉର୍ଦ୍ଧ୍ବ ଜମି ରହିଥିବା ସୂଚନା ମିଳିଛି ।

ଚିର ଅବହେଳିତ ମହାନଦୀ ଗର୍ଭସ୍ଥ କୁଦଗାଁ, ଅସୁବିଧାରେ 65 ପରିବାର

ଗାଁରେ ଯୁଗ ଯୁଗରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଗାଁରେ ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନଥିବାରୁ ଗାଁର ଛୋଟ ଛୋଟ ପିଲା ଅଧିକାଂଶ ସମୟରେ କୁପୋଷଣର ଶୀକାର ହୋଇଥାନ୍ତି । ଘଟଣାକୁ ଆଠମଲ୍ଲିକ ସିଡିପିଓ ସ୍ବୀକାର କରିବା ସହ ଅତିଶୀଘ୍ର ଏଠାରେ ଏକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ।

ଚିର ଅବହେଳିତ ମହାନଦୀ ଗର୍ଭସ୍ଥ କୁଦଗାଁର 65 ଟି ପରିବାର
ଚିର ଅବହେଳିତ ମହାନଦୀ ଗର୍ଭସ୍ଥ କୁଦଗାଁର 65 ଟି ପରିବାର

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 21, 2021, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.