ETV Bharat / state

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ; ଦୁର୍ଘଟଣାରେ ଆଉ ଜଣେ ପୋଲିସ କର୍ମଚାରୀ ମୃତ - ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ମରଣଯନ୍ତା ପାଲଟିଛି ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ । ଗତ ରବିବାର ଘଟିଥିବା ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପୋଲିସ କର୍ମଚାରୀ ମୃତ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଆଉ ଜଣେ ପୋଲିସ କର୍ମଚାରୀ ମୃତ
ଦୁର୍ଘଟଣାରେ ଆଉ ଜଣେ ପୋଲିସ କର୍ମଚାରୀ ମୃତ
author img

By

Published : Aug 22, 2023, 10:40 AM IST

ବୌଦ୍ଧ: ଜାତୀୟ ରାଜପଥରେ ଉପରେ ବିଛା ହୋଇଛି ମୃତ୍ୟୁର ଫାସ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । କାରଣ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି । ଗତ ରବିବାର ଅପରାହ୍ନରେ ପୁରୁଣା କଟକ ଥାନାରୁ କାମ ସାରି ଆଢେଣୀଗଡ଼ ଫାଣ୍ଡି ଅଭିମୁଖେ ଯାଉଥିବା ୨ ଜଣ ପୋଲିସ କର୍ମଚାରୀ ଆଉ ଫାଣ୍ଡିରେ ପହଞ୍ଚି ପାରିନଥିଲେ । କାର୍ ଦୁର୍ଘଟଣାରେ ପ୍ରମୋଦ କୁମାର ପାଣିଗ୍ରାହୀ ନାମକ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହୋମଗାର୍ଡ୍‌ ଗୁରୁତର ଆହତ ହୋଇଥିଲେ । ହେଲେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ମୃତକ ହେଲେ ହୋମଗାର୍ଡ ଟୁକୁନା ବେହେରା ।

ଏହା ମଧ୍ୟ ପଢନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ହାବିଲଦାର ମୃତ, ହୋମଗାର୍ଡ ଗୁରୁତର

କିଛି ଦିନ ତଳେ ଜିଲ୍ଲାର ତେଲିବନ୍ଧ ନିକଟରେ ବାଉଶୁଣୀ ଥାନାର ଦୁଇ ଜଣ ହୋମଗାର୍ଡଙ୍କ ଏଭଳି ସଡ଼କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପୁଣିଥରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ସେମାନେ ଗୋଟିଏ ବାଇକରେ ପୁରୁଣା କଟକ ପଟୁ ଆଢେଣୀଗଡ଼ ଯାଉଥିବା ବେଳେ ଅପର ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପହଞ୍ଚାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ସ୍ଥାନାନ୍ତରିତ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିନଥିଲା ।

ଏହା ମଧ୍ୟ ପଢନ୍ତୁ: ମହାନଦୀ ସେତୁରେ ବିଛା ହୋଇଛି ମୃତ୍ୟୁର ଫାସ !

ବିଳମ୍ବିତ ସମୟରେ ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣାଯାଇ ପରେ ସେଠାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେତେବେଳକୁ ଡେରି ହୋଇ ଯିବାରୁ ହାବିଲଦାର ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା । ହୋମଗାର୍ଡ ଟୁକୁନାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସୋମବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ସୋମବାର ବିଳମ୍ବିତ ରାତିରେ ମୃତ ହୋମଗାର୍ଡଙ୍କ ପାର୍ଥିବ ଶରୀରକୁ ପୁରୁଣା କଟକ ଥାନାକୁ ଅଣାଯାଇଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ସମ୍ମାନ ଜଣାଇଛନ୍ତି ।

ଅନ୍ୟପଟେ ଏହି ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ସେମାନଙ୍କ ପରିବାର ଅସହାୟ ହୋଇପଡିଛନ୍ତି । ତେଣୁ ସେମାନଙ୍କ ପରିବାର ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.