ETV Bharat / state

ତେଲନଦୀରେ ହେବ ସେତୁ ନିର୍ମାଣ, ସର୍ବୋଚ୍ଚ ଯନ୍ତ୍ରୀ କଲେ କ୍ଷେତ୍ର ପରିଦର୍ଶନ - ତେଲନଦୀରେ ହେବ ସେତୁ ନିର୍ମାଣ

ତେଲନଦୀ ଉପରେ ନିର୍ମାଣ ହେବ ଦ୍ବିତୀୟ ସେତୁ । କ୍ଷେତ୍ର ପରିଦର୍ଶନ କଲେ ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢନ୍ତୁ....

National Highway Department engineer visited the area of manamunda
ତେଲନଦୀରେ ହେବ ସେତୁ ନିର୍ମାଣ, କ୍ଷେତ୍ର ପରିଦର୍ଶନ କଲେ ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
author img

By

Published : Sep 4, 2020, 7:35 AM IST

Updated : Sep 4, 2020, 7:48 AM IST

ବୌଦ୍ଧ: ତେଲନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବୌଦ୍ଧ ମନମୁଣ୍ଡାରେ ଥିବା ସେତୁକୁ ୪୭ ବର୍ଷ ହୋଇଗଲାଣି । ସେତୁଟି ଦୁର୍ବଳ ଅବସ୍ଥାକୁ ଆସିଯାଇଥିବାରୁ ସେଠାରେ ଦ୍ବିତୀୟ ସେତୁର ଆବଶ୍ୟକତା ରହିଛି । ଏନେଇ ଗୁରୁବାର ଜାତୀୟ ରାଜପଥ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମନମୁଣ୍ଡାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଗସ୍ତ ପରେ ଅଞ୍ଚଳବାସୀ ସେତୁ ନିର୍ମାଣ ଖୁବ ଶୀଘ୍ର ହେବା ନେଇ ଆଶାବାଦୀ ହୋଇଛନ୍ତି ।

ତେଲନଦୀରେ ହେବ ସେତୁ ନିର୍ମାଣ, ସର୍ବୋଚ୍ଚ ଯନ୍ତ୍ରୀ କଲେ କ୍ଷେତ୍ର ପରିଦର୍ଶନ

ସେପଟେ ଗତ ୩୦ରେ କଣ୍ଟାମାଳ ବିଧାୟକ ଦ୍ବିତୀୟ ସେତୁ ନିର୍ମାଣ ସମ୍ପର୍କରେ ମିଥ୍ୟା ପ୍ରଚାର କରୁଥିବା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା । ଏହାର ଉତ୍ତର ଦେବା ସହିତ ବରିଷ୍ଠ ବିଜେଡି ନେତା ବୌଦ୍ଧ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 4, 2020, 7:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.