ETV Bharat / state

1999 super cyclone: ଅଙ୍ଗେଲିଭା ଭୟାବହତା ବଖାଣିଲେ ବୌଦ୍ଧ ଜିଲ୍ଲାପାଳ

ଆଜି ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ । ବିପର୍ଯ୍ୟୟ ସମୟରେ ଅଙ୍ଗେଲିଭା ଲୋମଟାଙ୍କୁରା ଘଟଣା ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କଲେ ଜିଲ୍ଲାପାଳ ।

author img

By ETV Bharat Odisha Team

Published : Oct 29, 2023, 6:21 PM IST

Updated : Oct 29, 2023, 6:48 PM IST

ଜାତୀୟ ବିପର୍ଯ୍ୟୟ ପ୍ରଶମିନ ଦିବସ
ଜାତୀୟ ବିପର୍ଯ୍ୟୟ ପ୍ରଶମିନ ଦିବସ
ଜାତୀୟ ବିପର୍ଯ୍ୟୟ ପ୍ରଶମିନ ଦିବସ

ବୌଦ୍ଧ: ବିପର୍ଯ୍ୟୟ ପ୍ରଶମିତ ଦିବସରେ ଜିଲ୍ଲାର ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ବନ୍ୟା ସମୟରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ସଡକ ଦୁର୍ଘଟଣା ଓ ସର୍ପାଘାତଜନିତ ମୃତ୍ୟୁସଂଖ୍ୟା ସାରା ରାଜ୍ୟରେ ରେକର୍ଡ କରିଛି । ବିଶେଷ ଭାବରେ ଜନସଚେତନତା ଅଭାବରୁ ଏଭଳି ବିପର୍ଯ୍ୟୟ ସମୟରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଇଛି । ଗତ ୧୯୯୯ ମହାବାତ୍ୟା ପରଠାରୁ ଏହି ଦିବସକୁ ପାଳନ କରାଯାଉଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ଏହି ଦିବସ ପାଳନ କରାଯାଇଛି ।

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ୧୯୯୯ ମହାବାତ୍ୟା ସମୟରେ କୁଜଙ୍ଗ ଏରସମା ଅଞ୍ଚଳରେ ହୋଇଥିବା ବାତ୍ୟାର ବିଭିଷିକା ତଥା ଅଙ୍ଗେଲିଭା ଲୋମଟାଙ୍କୁରା ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ କହିଥିଲେ ‘‘ବୌଦ୍ଧରେ ବନ୍ୟା ଓ ଭୂକମ୍ପ ହେବାରେ ସର୍ବାଧିକ ସମ୍ଭାବନା ରହିଛି । ଏହି ସମୟରେ ଛାତ୍ରଛାତ୍ରୀ ନଡରି କିପରି ନିଜ ଓ ନିଜର ପଡୋଶୀଙ୍କ ସାହାଯ୍ୟ କରି ପାରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ମହାବାତ୍ୟାର ପୁନରାବୃତ୍ତି ନଘଟିବା ପାଇଁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଉଛି । ’’

ଏହା ମଧ୍ୟ ପଢନ୍ତୁ...1999ର ପ୍ରଳୟଙ୍କାରୀ ମହାବାତ୍ୟା, ବିପର୍ଯ୍ୟୟକୁ ମନେ ପକାଇ ସଚେତନ ଶୋଭାଯାତ୍ରା

ତେବେ ଜିଲ୍ଲାରେ ବାତ୍ୟାର ଆଶଙ୍କା ଏତେ ପରିମାଣରେ ନଥିଲେ ମଧ୍ୟ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ କୂଳରେ ପ୍ରତ୍ୟେକ ବର୍ଷ ହେଉଥିବା ପ୍ରଳୟଙ୍କାରୀ ବନ୍ୟାରେ ତଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେଉଛି । ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ମହାନଦୀ କୂଳିଆ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟାଜଳ ପ୍ରବାହିତ ହୋଇ ଧନଜୀବନ କ୍ଷୟକ୍ଷତି ଘଟୁଛି । ଏହାଛଡା ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଜନସଚେତନତା ଅଭାବରୁ ପ୍ରତ୍ୟେକ ଦିନ ଛୋଟବଡ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟୁଛି । ବିଭିନ୍ନ ଉପାନ୍ତ ଅଞ୍ଚଳରେ ହେଉଥିବା ସର୍ପାଘାତଜନିତ ମୃତ୍ୟୁସଂଖ୍ୟା ସାରା ରାଜ୍ୟରେ ରେକର୍ଡ ଭାଙ୍ଗୁଛି । ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ଭରସା କରି ଏଭଳି ସର୍ପାଘାତ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡ୍ରାଫ୍ଟ ଟିମ୍ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ବିଭିନ୍ନ ଦୁର୍ଘଟଣା, ଦୁର୍ବିପାକ ତଥା ଅଗ୍ନିକାଣ୍ଡ କୁନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମକଡ୍ରିଲ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 29, 2023, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.