ETV Bharat / state

ସମ୍ବଲପୁରୀ ପୋଷାକ ପିନ୍ଧି ସାଇକେଲରେ କାର୍ଯ୍ୟାଳୟ ଆସିଲେ ପୌର କର୍ମଚାରୀ - ସମ୍ବଲପୁରୀ ପୋଷାକ

ସମ୍ବଲପୁରୀ ପୋଷାକ ପିନ୍ଧି ସାଇକେଲରେ କାର୍ଯ୍ୟାଳୟ ଆସିଲେ ପୌର କର୍ମଚାରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧରେ । ଅଧିକ ପଢନ୍ତୁ...

nac staff came by cycle
ସାଇକେଲରେ କାର୍ଯ୍ୟାଳୟ ଆସିଲେ ପୌର କର୍ମଚାରୀ
author img

By

Published : Feb 20, 2020, 9:44 PM IST

ବୌଦ୍ଧ: ବୌଦ୍ଧ ଗଡ ପୌର ପରିଷଦ ପିନ୍ଧିଲା ସମ୍ବଲପୁରୀ ପୋଷାକ । ସମ୍ବଲପୁରୀ ପୋଷାକରେ ହେଲା ଅଭିଯୋଗ ଶୁଣାଣି । ବୌଦ୍ଧ ଜିଲ୍ଲାର ଏକ ମାତ୍ର ପୌରାଞ୍ଚଳର ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ସାଇକେଲ ଚଲାଇ କାର୍ଯ୍ୟାଳୟକୁ ଆସିଲେ ।

ସାଇକେଲରେ କାର୍ଯ୍ୟାଳୟ ଆସିଲେ ପୌର କର୍ମଚାରୀ

ପ୍ରତ୍ୟେକ ଗୁରୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରିଷଦରେ ଅନୁଷ୍ଠିତ ହୋଇଥାଏ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହ ପୌର ପରିଷଦର ସମସ୍ତ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଅଭିଯୋଗ ଶୁଣାଣିରେ ସାମିଲ ହୋଇଥିଲେ । ଏହି ଅବସରରେ ପରିଷଦର ସମସ୍ତ କର୍ମଚାରୀଙ୍କୁ ପରିଚୟପତ୍ର କାର୍ଡ ପ୍ରଦାନ କରାଯାଇ ଏହାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା।

କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକରେ ସାଇକେଲ ଚଲାଇ ବିଭିନ୍ନ ଓ୍ବାର୍ଡକୁ ଯାଇ ଲୋକଙ୍କୁ ସ୍ବଛତା ସମ୍ପର୍କରେ ସଚେତନ କରିଥିଲେ । ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.