ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ନବରାତ୍ର ପୂଜା କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି । ନବରାତ୍ରର ପ୍ରଥମ ଦିନରେ ଜିଲ୍ଲା କଂଗ୍ରେସ କ୍ୟାମ୍ପ ମଧ୍ୟ ବେଶ ଚଳଚଞ୍ଚଳ ରହିଥିଲା। ଆଜି (ରବିବାର) ଅପରାହ୍ନରେ ବୌଦ୍ଧର ବରିଷ୍ଠ କଂଗ୍ରେସ ନେତା ନବ କୁମାର ମିଶ୍ରଙ୍କ ନାଁ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଘୋଷଣା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଥିଲା ।
ନୂତନ ଜିଲ୍ଲା ସଭାପତି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିଜର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମିଶ୍ର ବିଶେଷ ଭାବରେ ସାଙ୍ଗଠନିକ ଦୃଢତା, ଦଳ ମଧ୍ୟରେ ସମନ୍ବୟ, ଲୋକଙ୍କ ପାଖରେ ବିଭିନ୍ନ ସମସ୍ୟାକୁ ନେଇ ପହଞ୍ଚିବା ଓ ସର୍ବୋପରି ସରକାରଙ୍କ ଠାରୁ ଆସୁଥିବା ଅର୍ଥର ବିନିଯୋଗ କିଭଳି ହେଉଛି ସେହି ପ୍ରସଙ୍ଗରେ ଫୋକସ ରଖିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ