ବୌଦ୍ଧ: କୁହାଯାଏ ପ୍ରତିଭାର କୌଣସି ସୀମା ନଥାଏ । ଏହା କେବେବି କେଉଁଠି ବି ପ୍ରଷ୍ଫୁଟିତ ହୋଇପାରେ । ଆଉ ସେମିତି ଏକ ପ୍ରତିଭା ହେଉଛନ୍ତି ବୌଦ୍ଧ ଟଖଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଜଗନ୍ନାଥ ନାଏକ । ନିଜ ମୁଖ ବାଦ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ସପ୍ତମ ଶ୍ରେଣୀ ଛାତ୍ର । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଜଗନ୍ନାଥଙ୍କ ନିଜ ମୁହଁରୁ ବାହାର କରୁଛନ୍ତି ମୃଦଙ୍ଗ ଓ ଢୋଲ ବାଦ୍ୟର ସୁମଧୁର ସ୍ବର । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ‘ଇଟିଭି ଭାରତ’ ଟିମ ଖଟଖଟିଆ ବିଦ୍ୟାଳୟରେ ପହଞ୍ଚି ଉକ୍ତ ଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।
ତେବେ ଅତ୍ୟନ୍ତ ଗରିବ ପରିବାରର ଜଗନ୍ନାଥ ନିଜ ପିତାଙ୍କ ଢୋଲ ବାଦ୍ୟକୁ ଲକ୍ଷ୍ୟ କରି ତଥା ଶିକ୍ଷକଙ୍କ ତତ୍ବାବଧାନରେ ଏଭଳି ମୁଖବାଦ୍ୟକୁ ଶିଖିପାରିଥିବା ସୂଚନା ଦେଇଛନ୍ତି । ଆଉ ଆଗକୁ ଏହି ପ୍ରତିଭାକୁ ସୁଯୋଗ ମିଳଲେ ସେ ରାଜ୍ୟର ନାମ ରଖିବା ନିଶ୍ଚୟ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ