ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଉଡ଼ିଲା ବିଜେଡିର ବିଜୟ ବାନା । ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀଙ୍କୁ 1340 ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।
ବୌଦ୍ଧ ଏନଏସିର ସମସ୍ତ ସତରଟି ଓ୍ବାର୍ଡ ମଧ୍ୟରୁ ଦୁଇଟି ବିଜେପି ହାତକୁ ଯାଇଥିବା ବେଳେ ଅନ୍ୟ ସମସ୍ତ ପନ୍ଦରଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାପରେ ପ୍ରଥମେ ନିଜ ମା’ଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରି ନିଜ ସମର୍ଥକଙ୍କ ସହିତ ସହର ପରିକ୍ରମା କରିଥିଲେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ