ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଜି ଠାରୁ ଖୋଲିଲା ସମସ୍ତ ସରକାରୀ କାର୍ଯ୍ୟାଳୟ । ପୂର୍ବରୁ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ କୋର୍ଟ କାର୍ଯ୍ୟ ସକାଳୁଆ ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠାରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ, ତିନି ବ୍ଲକ ଓ ତିନି ତହସିଲ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ ଖୋଲିଛି ।
ଜିଲ୍ଲାରେ ଗତ ଦଶ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ପାରଦ 41 ଡିଗ୍ରୀ ଉପରେ ରହୁଥିବା ବେଳେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ତେବେ ପ୍ରଥମ ଦିନରେ ମଧ୍ୟ ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ, ଶ୍ରମ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତ କକ୍ଷ, ଶ୍ରମିକଙ୍କୁ ଦିନ ଦ୍ବିପହରରେ କାର୍ଯ୍ୟରେ ନିୟୋଜିତ ନକରିବା ତଥା ଅଂଶୁଘାତରୁ ରକ୍ଷା ପାଇଁ ସମସ୍ତେ ସଚେତନ ରହିବା ଭଳି ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ