ETV Bharat / state

ବୌଦ୍ଧରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ - ବୌଦ୍ଧ ବିଧାୟକ କଲେ ପ୍ରକଳ୍ପ ଉଦଘାଟନ

ବୌଦ୍ଧରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟିତ । ମାତ୍ର ଆଜି ବି ଅନେକ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ବୌଦ୍ଧରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

author img

By

Published : Feb 12, 2021, 5:25 PM IST

Updated : Feb 12, 2021, 5:34 PM IST

ବୌଦ୍ଧ: ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ବିଧାୟକ । ମୌଳିକ ସୁବିଧା ପାଇଁ ନିର୍ମାଣ ହୋଇଥିବା କେତେକ ପ୍ରକଳ୍ପର ଉଦଘାଟନ କରି ଥିବାବେଳେ ଆଜି ବି ବୌଦ୍ଧର ବିଭିନ୍ନ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚି ପାରିନଥିବା ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ ।

ବୌଦ୍ଧରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ସୂଚନା ଅନୁଯାୟୀ ଗୁରୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଉଦଘାଟିତ ହୋଇଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଏସବୁ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଛାତ୍ରୀ ନିବାସ, 100 ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ, ଶଙ୍କୁଳେଇ ଠାରେ ପାନୀୟ ଜଳ ପ୍ରକଳ୍ପ, ଅତଳସରା ଓ ଆଢେଣୀଗଡ ଠାରେ ଅଙ୍ଗନ ବାଡି କେନ୍ଦ୍ର ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ବିଧାୟକ । ତେବେ ହରଭଙ୍ଗା ବ୍ଲକର ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା, ପାନୀୟଜଳ, ବିଦ୍ୟାଳୟ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନ ଥିବାରୁ ଏସବୁ ଅଞ୍ଚଳରେ ବିକାଶର ଆବଶ୍ୟକତା ରହିଥିବା ନେଇ 9 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 12, 2021, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.