ETV Bharat / state

ନିଖୋଜ ଶିଶୁପୁତ୍ରକୁ ଫେରିପାଇଲେ ପରିବାର; ଯୁବକଙ୍କୁ ପ୍ରଶଂସା - ଶିଶୁ ପୁତ୍ର

ଜଣେ 4ବର୍ଷର ଶିଶୁ ପୁତ୍ରକୁ ଫେରି ପାଇଛନ୍ତି ପରିବାର । ଏହି ଘଟଣାକୁ ନେଇ ବୌଦ୍ଧରେ ଲାଗି ରହିଛି ବିଭିନ୍ନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 6, 2019, 12:00 AM IST

ବୌଦ୍ଧ: ବୌଦ୍ଧ ସହରରେ ଏକ କୌତୁହଳ ଘଟଣା ଦେଖିବାକୁ ମିଳିଛି । ଏକ ଚାରି ବର୍ଷର ଶିଶୁ ପୁତ୍ର ନିଖୋଜ ହେବା ପୁଣି ମିଳିଯିବା ପରେ ବୌଦ୍ଧରେ ଲାଗି ରହିଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳ ପ୍ରାୟ 11ଟା ବେଳେ ଏକ ଚାରି ବର୍ଷର ଶିଶୁପୁତ୍ର ବୌଦ୍ଧ ଡାକ୍ତରଖାନା ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଦୀର୍ଘ ସମୟ ଧରି ରାସ୍ତା କଡରେ ଥିଲେ ।

ହେଲେ ଶିଶୁଟି ସେମିତି ରହିଥିବାରୁ ଶିଶୁର ପାଖକୁ ଯାଇ ଜଣେ ଯୁବକ ଶିଶୁଙ୍କୁ ଘର ଓ ପରିବାର ପଚାରିଥିଲେ ହେଲେ କୌଣସି ଉତ୍ତର ନପାଇବାରୁ ଯୁବକ ଜଣଙ୍କ ଶିଶୁଙ୍କୁ ଧରି ତାଙ୍କ ପରିବାରକୁ ଖୋଜିବାକୁ ଲାଗିଲେ । ଶିଶୁକୁ ଧରି ଡାକ୍ତରଖାନା ସହ ସହରର ବିଭିନ୍ନ ସ୍ଥାନରେ ଯାଇ ଶିଶୁଟିର ପରିବାର ଖୋଜିଥିଲେ । ହେଲେ ସବୁଠୁ ନିରାଶ ହେବା ପରେ ଶିଶୁ ପୁତ୍ରକୁ ଧରି ଯୁବକ ଜଣଙ୍କ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ ଶିଶୁର ପରିବାର ବର୍ଗଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅନ୍ୟପଟେ ଶିଶୁ ପୁତ୍ରର ପରିବାର ମଧ୍ୟ ସହର ସାରା ଶିଶୁକୁ ଖୋଜି ନିରାଶ ହେବା ପରେ ଥାନାକୁ ଆସିଥିଲେ । ସେତେବେଳେ ଥାନାରୁ ଜାଣିବାକୁ ପାଇଲେ ଜଣେ ଯୁବକ ଶିଶୁପୁତ୍ରକୁ ରଖିଛନ୍ତି । ପରେ ପୋଲିସ ସହଯୋଗରେ ଶିଶୁଟି ନିଜ ପରିବାର ଫେରି ପାଇଥିବା ବେଳେ ପରିବାର ମଧ୍ୟ ଯୁବକଙ୍କୁ କୃତଜ୍ଞତା ଜଣାଇ ଭାବ ବିହ୍ବଳ ହୋଇପଡିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ହିନ୍ଦୀ ରେ ଗୋଟିଏ କଥା ଅଛି। ବଗଲ ମେ ଛୋରା,ସହରମେ ଢିଣ୍ଢୋରା ।ଗୁରୁବାର ଏକ ଛୋଟ ପିଲାର ହଜିବାକୁ ନେଇ ବୌଦ୍ଧ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା ।ଛୁଆ ର ଘର ପୁଣି ବୌଦ୍ଧ ସଦର ଥାନାର ଠିକ ସାମନାରେ ।ଛୁଆ ହଜିବା ଓ ପରେ ଉଦ୍ଧାର ହେବା ଘଟଣା ବୌଦ୍ଧ ରେ ଗୁରୁବାର ଦିନସାରା ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ଏଗାରଟା ବେଳେ ଏକ ଚାରି ବର୍ଷର ଶିଶୁପୁତ୍ର ବୌଦ୍ଧ ଡାକ୍ତରଖାନା ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡରେ ଦୀର୍ଘ ସମୟ ଧରି ଇତଃସ୍ତତ ହେଉଥିଲା ।ଜଣେ ସ୍ଥାନୀୟ ଯୁବକ ଭୋଳା ଛୁଆର ହାବଭାବ ଲକ୍ଷ୍ୟ କରି ତାକୁ ତାର ପରିବାରର ପରିଚୟ ପଚାରିବା ପରେ ମଧ୍ୟ କୌଣସି ସୂଚନା ନପାଇବାରୁ ଛୁଆଟିକୁ ଉଦ୍ଧାର କରି ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ଥାନକୁ ନେଇ ଲୋକଙ୍କୁ ଦେଖାଇ ପଚାରିଥିଲେ ।କିନ୍ତୁ ଛୁଆଟି ସମ୍ପର୍କରେ କେହି ଜାଣି ନପାରିବାରୁ ଯୁବକ ବାଧ୍ୟ ହୋଇ ବୌଦ୍ଧ ଥାନାକୁ ଜଣାଇବା ସହିତ ଦିନ ସାରା ନିଜ ପାଖରେ ରଖିଲେ ।
ସେପଟେ ଛୁଆ ର ପରିବାର ତାକୁ ନପାଇ ସହର ସାରା ଖୋଜି ବୁଲିଲେ ।ଶେଷରେ ବୌଦ୍ଧ ଥାନାକୁ ପରିବାର ପହଞ୍ଚିବା ପରେ ଭୋଳା ପାଖରେ ପୁଅ ଥିବା ଜାଣି ପୁଅକୁ ନେଇଥିଲେ ।ପାଖ ଅଞ୍ଚଳରେ ଛୁଆ ଥାଇ ସାରା ସହରରେ ଖୋଜା ପଡିବା ହିନ୍ଦୀ ର ସେହି କଥାକୁ ମନେ ପକାଇ ଦେଉଥିଲା ।କିନ୍ତୁ ଏତେ ଛୋଟ ଛୁଆ କିଭଳି ଏପରି ପରିସ୍ଥିତି ରେ ପହଞ୍ଚିଲା ତାହା ଚର୍ଚ୍ଚାର ବିଷୟ ହୋଇଛି ।

Body:ଚାରି ବର୍ଷର ଶିଶୁପୁତ୍ର ରାଜପଥ କଡରୁ ଉଦ୍ଧାର କଲେ ଯୁବକ ।

Conclusion:ବାଇଟ-୧-ଭୋଳା ସାମଲ,ଛୁଆକୁ ଉଦ୍ଧାର କରିଥିବା ଯୁବକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.