ବୌଦ୍ଧ: ଜିଲ୍ଲାରେ ବଢିଚାଲିଛି ଅପରାଧିକ ମାମଲା । ଚୋରି, ହତ୍ୟାକାଣ୍ଡ, ଅପମୃତ୍ୟୁ, ଡକାୟତି ଏବେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଶନିବାର ଘର ଭିତରେ ପଶି କିଛି ଡକାୟତମାନେ ବନ୍ଧୁକ ମୁନରେ 17 ଭରି ସୁନା ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।
ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣାଧୀନ ସେତୁ ଉପରେ କୌଣସି ସୁରକ୍ଷା ଉପକରଣ ନପିନ୍ଧି କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କ ସେତୁ ଉପରୁ ଖସିପଡି ମୃତ୍ୟୁ ହୋଇଯାଇଛି । ଠିକା ସଂସ୍ଥାର ମନୋମୁଖି ତଥା ହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ବିଗତ କିଛି ମାସ ମଧ୍ୟରେ ଘଟିଥିବା ପ୍ରାୟ ପାଞ୍ଚଟି ହତ୍ୟାକାଣ୍ଡର ଅପରାଧୀଙ୍କୁ ଧରିବା ସହ ଏକ ଆନ୍ତରାଜ୍ୟ ଡକାୟତି ଦଳକୁ ଧରିବାରେ ବୌଦ୍ଧ ପୋଲିସ ସଫଳ ହୋଇଥିଲେ ମଧ୍ୟ ଦିନକୁ ଦିନ ଆହୁରି ଅପରାଧିକ ମାମଲା ବୃଦ୍ଧି ପାଉଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ