ବୌଦ୍ଧ: ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ଜିଲ୍ଲାର ଐତିହାସିକ ପୀଠ ହରିହରରେ ମନ୍ଦିର ପହଞ୍ଚି ଠାକୁରଙ୍କ ଦର୍ଶନ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି ଅବସରରେ ଗନ୍ଧରାଡି ମହୋତ୍ସବ କମିଟି ପକ୍ଷରୁ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ପୌରାଧକ୍ଷ ମୃତୁଞ୍ଜୟ ମିଶ୍ରଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି ।
ରାଜ୍ୟ ଜଙ୍ଗଲ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ବୌଦ୍ଧ ଜିଲ୍ଲାର ଐତିହାସିକ ତଥା ଧାର୍ମିକ ପୀଠ ଗନ୍ଧରାଡିର ହରିହର ମନ୍ଦିର ଠାରେ ପହଞ୍ଚି ଶ୍ରୀ ନୀଳମାଧବ ଓ ସିଦ୍ଧେଶ୍ବରଙ୍କ ଦର୍ଶନ ସହିତ ଆଶିର୍ବାଦ ଭିକ୍ଷା କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଏଠାରେ ପ୍ରସିଦ୍ଧ ତଥା ଐତିହାସିକ ପୀଠର ଉନ୍ନତି ତଥା ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଗନ୍ଧରାଡି ମହୋତ୍ସବର ପ୍ରଚେଷ୍ଟାକୁ ମନ୍ତ୍ରୀ ଖୁବ ପ୍ରଶଂସା କରିଥିଲେ ।
ଇଟିଭି ଭାରତ, ବୌଦ୍ଧ