ETV Bharat / state

ଅଭାବୀ ବିକ୍ରି ଅଭିଯୋଗରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ - ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ଦୁଗ୍ଧ ଚାଷୀଙ୍କ ପାଇଁ ନାହିଁ ପ୍ରୋତ୍ସାହନ । ଶେଷରେ ବାଧ୍ୟ ହୋଇ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ । ଅଧିକ ପଢନ୍ତୁ

ଅଭାବୀ ବିକ୍ରି ଅଭିଯୋଗରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

author img

By

Published : Apr 9, 2022, 7:21 PM IST

ବୌଦ୍ଧ: ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ ଏନେଇ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । କିନ୍ତୁ ଅଧିକ କ୍ଷୀର ଉତ୍ପାଦନ ପରେ ବିକ୍ରି ପାଇଁ ଉପୁଜିଛି ଅଡୁଆ । ଏନେଇ ଗୋପାଳକ ଓ ଦୁଗ୍ଧ ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଭାବୀ ବିକ୍ରି ଅଭିଯୋଗରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ଆଜି(ଶନିବାର) ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଠାରେ ଥିବା ଚାରିଶମ୍ଭୁ ଦୁଗ୍ଧ ଉତ୍ପାଦନ ସମିତିର ଦୁଗ୍ଧ ଚାଷୀମାନେ କ୍ଷୀର ବିକ୍ରି କରିନପାରି ଶେଷରେ 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ରାସ୍ତାରେ କ୍ଷୀର ଢାଳିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ଏଠାରେ ପ୍ରାଣୀଧନ ବିଭାଗର ପରାମର୍ଶ କ୍ରମେ ଚାଷୀ, କ୍ଷୀର ଉତ୍ପାଦନ ବୃଦ୍ଧି କରିବା ସହ କ୍ଷୀର ବିକ୍ରି ପାଇଁ ବିଭାଗକୁ ଅନୁରୋଧ କରିଆସୁଥିଲେ ।

କିନ୍ତୁ ବିଭାଗର ଟାଳଟୁଳ ନୀତି ପାଇଁ ଶେଷରେ ଉତ୍ତ୍ୟକ୍ତ ଚାଷୀମାନେ ଜହ୍ନାପଙ୍କ ଠାରେ ଜାତୀୟ ରାଜପଥ ଅବରୋଧ କରିବା ସହ ସମସ୍ତ କ୍ଷୀର ରାସ୍ତାରେ ଢାଳି ଅଭିନବ ପ୍ରତିବାଦ ଜଣାଇଥିଲେ । ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଯୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.