ETV Bharat / state

ବିନା ସ୍ବାବ ଟେଷ୍ଟରେ ସଙ୍ଗରୋଧରୁ ନିଜ ଘରକୁ ଯାଉଛନ୍ତି ପ୍ରବାସୀ - ସ୍ବାବ ଟେଷ୍ଟ

ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପରେ ପର୍ଯ୍ୟାୟ କ୍ରମେ ନିଜ ନିଜ ଘରକୁ ପଠାଇ ଦିଆଯାଉଛି ।

migrants-workers-are-returning-home-without-a-sawb-test
ବିନା ସ୍ବାବ ଟେଷ୍ଟରେ ସଙ୍ଗରୋଧରୁ ନିଜ ଘରକୁ ଯାଉଛନ୍ତି ପ୍ରବାସୀ
author img

By

Published : Jun 3, 2020, 5:11 AM IST

ବୌଦ୍ଧ: ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରବାସୀଙ୍କୁ ବିନା ଟେଷ୍ଟରେ ପଠାଇ ଦିଆଯାଉ ଥିବାରୁ ଆପତ୍ତି ଉଠାଇଛନ୍ତି ଜନ ପ୍ରତିନିଧି । ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପରେ ପର୍ଯ୍ୟାୟ କ୍ରମେ ନିଜ ନିଜ ଘରକୁ ପଠାଇ ଦିଆଯାଉଛି । କିନ୍ତୁ ବିନା ସ୍ବାବ ଟେଷ୍ଟରେ ପ୍ରବାସୀଙ୍କୁ ପଠାଇ ଦିଆଯାଉ ଥିବାରୁ ସେମାନେ ନିଜ ଗାଁରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି ।

ବିନା ସ୍ବାବ ଟେଷ୍ଟରେ ସଙ୍ଗରୋଧରୁ ନିଜ ଘରକୁ ଯାଉଛନ୍ତି ପ୍ରବାସୀ

ସୋମବାର ଓ ମଙ୍ଗଳବାର ଦିନ ଦୁଇଟି ପର୍ଯ୍ୟାୟରେ ସରସରା ସ୍ଥିତ ଡିଗ୍ରୀ କଲେଜରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରୁ ସମସ୍ତ ପ୍ରବାସୀଙ୍କୁ ବିନା ସ୍ବାବ ଟେଷ୍ଟରେ ନିଜ ଘରକୁ ପଠାଇଦିଆ ଯାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ । ଘଟଣାକୁ ବାମଣ୍ଡା ସରପଞ୍ଚ ପରୋକ୍ଷରେ ସ୍ବୀକାର କରିବା ସହିତ ଏହା ସରକାରଙ୍କ ଗାଇଡଲାଇନ ଅନୁଯାୟୀ ହୋଇଥିବା କହିଛନ୍ତି । ସେହିପରି ଆଶଙ୍କା ଥିବା 7 ଜଣଙ୍କ ସହିତ ସେ ନିଜେ ସରସରା ସରପଞ୍ଚ ପ୍ରତିନିଧିଙ୍କ ସହ ସ୍ବାବ ଟେଷ୍ଟ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଯଦି ପ୍ରକୃତରେ ଆଗାମୀ ଦିନରେ ଏନେଇ କୌଣସି ଅସୁବିଧା ସୃଷ୍ଟି ହୁଏ ସେଥିପାଇଁ କିଏ ଦାୟୀ କରିବେ ବୋଲି ପ୍ରଶ୍ନ ଉଠିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.