ETV Bharat / state

ଦାଦନ ଦୁଃଖରେ ଉବୁଟୁବୁ ବୌଦ୍ଧ ଜିଲ୍ଲା, ଉଦ୍ଧାର ପାଇଁ ଦାବି - problem

କଣ୍ଟାମାଳ ବ୍ଲକ ସଦର ମହକୁମାର ଏକ ବସ୍ତି କଲରା କୋଠାରେ ରହୁଥିବା ଡୁଲେଶ୍ବର ଛତ୍ରିଆ କାମ ସନ୍ଧାନରେ ତେଲେଙ୍ଗାନାର ପଇଦାପଲ୍ଲୀ ଅନ୍ତର୍ଗତ ରାଘବପୁରସ୍ଥିତ ଏକ ଇଟା ଭାଟିରେ କାମ କରୁଥିଲେ । ସେଠାରେ ତାଙ୍କ ପ୍ରତି ଅତ୍ୟାଚାର ସାଙ୍ଗକୁ ପାଉଣା ନ ମିଳୁଥିବାରୁ ଡୁଲେଶ୍ବର ଘରକୁ ଫେରିବା ପାଇଁ ଅସହାୟ ଅବସ୍ଥାରେ ଅନାଇ ବସିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 24, 2019, 7:37 PM IST

ବୌଦ୍ଧ: କାମ ଧନ୍ଦାର ଅଭାବ ଯୋଗୁଁ ଦାଦନ ଖଟୁଛନ୍ତି ବୌଦ୍ଧ ଜିଲ୍ଲାରଲୋକେ । କଣ୍ଟାମାଳ ବ୍ଲକ ସଦର ମହକୁମାର ଏକ ବସ୍ତି କଲରା କୋଠାରେ ରହୁଥିବା ଡୁଲେଶ୍ବର ଛତ୍ରିଆ କାମ ସନ୍ଧାନରେ ତେଲେଙ୍ଗାନାର ପଇଦାପଲ୍ଲୀ ଅନ୍ତର୍ଗତ ରାଘବପୁରସ୍ଥିତ ଏକ ଇଟା ଭାଟିରେ କାମ କରୁଥିଲେ । ସେଠାରେ ତାଙ୍କ ପ୍ରତି ଅତ୍ୟାଚାର ସାଙ୍ଗକୁ ପାଉଣା ନ ମିଳୁଥିବାରୁ ଡୁଲେଶ୍ବର ଘରକୁ ଫେରିବା ପାଇଁ ଅସହାୟ ଅବସ୍ଥାରେ ଅନାଇ ବସିଛି । ତେବେ ତୁରନ୍ତ ଏହି ପରିବାର ସହ ଅନ୍ୟ ସ୍ଥାନୀୟ ଦାଦନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ରହିଛନ୍ତି ହଜାର ହଜାର ଆଦିବାସୀ ପରିବାର । ତନ୍ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାରୁ ଜୀବିକା ସନ୍ଧାନରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ଜିଲ୍ଲାରେ କାମ ଧନ୍ଦାର ଅଭାବ ସାଙ୍ଗକୁ ରାଜନେତାଙ୍କ ଅପାରଗତାକୁ ଏଥି ନିମନ୍ତେ ଦାୟୀ କରାଯାଇଥାଏ । ନିର୍ବାଚନ ସମୟରେ ଏଭଳି ଗରିବ ପରିବାରଙ୍କୁ ବଡ ବଡ ସ୍ବପ୍ନ ରାଜନୈତିକ ବ୍ୟକ୍ତି ଦେଖାଇ ଭୋଟ ଖଣ୍ଡିକ ହାତେଇବା ପରେ ଏମାନେ ଅଲୋଡା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ରହିଛନ୍ତି ହଜାର ହଜାର ଆଦିବାସୀ ପରିବାର । ତନ୍ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାରୁ ଜୀବୀକା ସଂନ୍ଧାନରେଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ଜିଲ୍ଲା ରେ କାମଧନ୍ଦାର ଅଭାବ ସାଙ୍ଗକୁ ରାଜନେତା ଙ୍କ ଅପାରଗତାକୁ ଏଥି ନିମନ୍ତେ ଦାୟୀ କରାଯାଇଥାଏ ।ନିର୍ବାଚନ ସମୟରେ ଏଭଳି ଗରିବ ପରିବାରଙ୍କୁ ବଡ ବଡ ସ୍ବପ୍ନ ରାଜନୈତିକ ବ୍ୟକ୍ତି ଦେଖାଇ ଭୋଟ ଖଣ୍ଡିକ ହାତେଇବାପରେ ଅଲୋଡ଼ା ହୋଇଯାଆନ୍ତି ଏମାନେ । ଜିଲ୍ଲାର କଣ୍ଟାମାଳ ବ୍ଲକରେ ଏଭଳି ଏକ ସ୍ଥାନ ହେଲା ସଦର ବ୍ଲକର ଏକ ବସ୍ତିରେ ।

Body:କଣ୍ଟାମାଳ ବ୍ଲକ ସଦର ମହକୁମାର ଏକ ବସ୍ତି କଲରାକୋଠା ରେ ବାସ କରନ୍ତି ଅନେକ ଗରିବ ଆଦିବାସୀ ପରିବାର । ଏମାନେ ଦୈନିକ ମଜୁରୀ କିମ୍ବା କୌଣସି ଛୋଟମୋଟ ବୃତ୍ତି କରି ପରିବାର ପ୍ରତିପୋଷଣ କରନ୍ତି । ଜିଲ୍ଲା ରେ କାମଧନ୍ଦାର ଅଭାବ ଯୋଗୁଁ ଏମାନଙ୍କ ମଧ୍ୟରୁ ଅନେକ ପରିବାର ଏବେ ଦାଦନ ସାଜିଛନ୍ତି । ଘଟଣାରୁ ପ୍ରକାଶ କଲରାକୋଠା ର ଡୁଲେଶ୍ବର ଛତ୍ରିଆ ନିଜ ବୁଢ଼ୀ ମା ଓ ପୁଅକୁ ଗାଁରେ ଛାଡି ନିଜ ପରିବାର ସହ କାମ ସଂନ୍ଧାନରେ ତେଲେଙ୍ଗାନା ର ପଇଦାପଲ୍ଲୀ ଅନ୍ତର୍ଗତ ରାଘବପୁରସ୍ଥିତ ଏକ ଇଟାଭାଟିରେ କାମ କରିଥିଲେ । କିଛି ଦିନ ପରେ ସେଠାରେ ଅତ୍ୟାଚାର ସାଙ୍ଗକୁ ପାଉଣାନମିଳିବାରୁ ଡୁଲେଶ୍ବର ଏନେଇ ଘରକୁ ଫେରି ଆସିବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ବର୍ତ୍ତମାନ ଅସହାୟ ଅବସ୍ଥାରେ ଡୁଲେଶ୍ବର ସରକାରୀ ସହଯୋଗ କୁ ପଡୋଶୀ ତେଲେଙ୍ଗାନା ରାଜ୍ୟରେ ଅନାଇ ବସିଛି । ଏପଟେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବୁଢୀମା ର ଆଖିର ଲୁହ ସୁଖିବାକୁ ବସିଲାଣି । ତୁରନ୍ତ ଏହି ପରିବାର ସହ ଅନ୍ୟ ସ୍ଥାନୀୟ ଦାଦନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବୀ ହୋଇଛି । ପ୍ରକାଶ ଥାଉକି ଗତ ସପ୍ତାହ ରେ ଉକ୍ତ ସ୍ଥାନରେ ଅତ୍ୟାଚାର ସହିନପାରି ଜଣେ ଦାଦନ ଲୁଚି ପଳାଇ ଆସିଲାପରେ ସେଠାକାର ଲୋମହର୍ଷଣ ଷଟଣା ଲୋକ ଲୋଚନକୁ ଆସିଥିଲା ।

Conclusion:ବାଇଟ-୧-ରେବତୀ ଛତ୍ରିଆ, ଦାଦନ ଶ୍ରମିକ ର ବୁଢ଼ୀ ମା
ବାଇଟ-୨-ମଦନ ଛତ୍ରିଆ, ସଂପର୍କିୟ,କଲରାକୋଠା
ବାଇଟ-୩-ନରେନ୍ଦ୍ର କୁମାର ରାଇକା,ଜିଲ୍ଲା ଶ୍ରମ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.