ETV Bharat / state

ମହିଳା ଗୋଷ୍ଠୀକୁ କିସ୍ତି ପାଇଁ ବାଧ୍ୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ

author img

By

Published : Jun 3, 2020, 5:07 PM IST

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଅତିଷ୍ଠ ହୋଇ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମହିଳା ଗୋଷ୍ଠୀ । ଅଧିକ ପଢ଼ନ୍ତୁ...

microfinance company, forcing women self help groups to pay installment, covid-19 situation, baudha news,  କିସ୍ତି ପାଇଁ ବାଧ୍ୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀର ମନମୁଖୀ କାର୍ଯ୍ୟ, ବୌଦ୍ଧ
ମହିଳା ଗୋଷ୍ଠୀକୁ କିସ୍ତି ପାଇଁ ବାଧ୍ୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶରୁ ଊର୍ଦ୍ଧ୍ବ ମାଇକ୍ରୋ ଫାଇନାନ୍ସ କମ୍ପାନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସ୍ବାବଲମ୍ବୀ କରିଥାଏ । କିନ୍ତୁ ଏବେ ଲକଡାଉନ ସମୟରେ ଟଙ୍କା କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ଏକ କମ୍ପାନୀ ଚାପ ପକାଇବା ସହ ଏନେଇ ଜୁଲୁମ କରୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ସରସରା ଗ୍ରାମର ମହିଳା ଗୋଷ୍ଠୀର ସଦସ୍ୟମାନେ ବୁଧବାର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏନେଇ ଅଭିଯୋଗ କରିବା ସହ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଲକଡାଉନ ଯୋଗୁଁ ମହିଳା ମାନେ ବିଶେଷ ଭାବରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଫାଇନାନ୍ସ କମ୍ପାନୀର ଏତାଦୃଶ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାର ତଦାରଖ ପାଇଁ ଲିଡ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.