ବୌଦ୍ଧ: ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ମୁଣ୍ଡାପଡା ମିନି ବ୍ୟାଙ୍କରେ ଅନିୟମିତତା ହେଉଥିବା ଅଭିଯୋଗ । ମୁଣ୍ଡାପଡା ସେବା ସମବାୟ ସମିତି ଠାରେ ଥିବା ମିନି ବ୍ୟାଙ୍କ ସମ୍ପାଦକ ନିଜ ଇଛାରେ କାର୍ଯ୍ୟ ସମ୍ପାଦନ କରୁଥିବା ବାରମ୍ବାର ଅଭିଯୋଗ ହୋଇଛି । ସ୍ଥାନୀୟ ଚାଷୀ ଓ ଗ୍ରାହକଙ୍କୁ ଠିକରେ ବ୍ୟାଙ୍କ ସେବା ମିଳିପାରୁ ନାହିଁ ।
ଏଠାରେ ବାପା ସମ୍ପାଦକ ଥିବା ବେଳେ ପୁଅ ଡାଟା ଏଣ୍ଟ୍ରି ଅପରେଟର ରହି ଏକ କିଓସ୍କୋ ସଂସ୍ଥା ଚଲାଉଛନ୍ତି । ମିଆଦ ପୂରିଯିବା ପରେ ମଧ୍ୟ ଗ୍ରାହକଙ୍କୁ ତାଙ୍କ ପ୍ରାପ୍ୟ ଦୀର୍ଘ ଦିନ ଧରି ପ୍ରଦାନ କରାଯାଉ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ ବୌଦ୍ଧ ଏଆରସିଏସ ମିନି ବ୍ୟାଙ୍କରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ଏହାସହ ସମ୍ପାଦକଙ୍କୁ କଡା ଚେତାବନୀ ଦେବା ସହିତ ପୁଅକୁ ମୁଣ୍ଡାପଡାରୁ ବଘିଆପଡାକୁ ବଦଳି ମଧ୍ୟ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ