ETV Bharat / state

କାଳିଆ ଓ କିଶାନ ଯୋଜନାରେ ସାମିଲ ହେବାକୁ ଦାବିପତ୍ର

କାଳିଆ ଓ କିଶାନ ଯୋଜନାରେ ସାମିଲ ହେବାକୁ ଦାବିପତ୍ର । ସୋମବାର ଦୁଇଟି ସ୍ଥାନରେ ଏନେଇ ବିକ୍ଷୋଭ । ଆଗକୁ ପଢନ୍ତୁ...

memorandum
ଫାଇଲ ଫଟୋ
author img

By

Published : Dec 17, 2019, 1:44 AM IST

ବୌଦ୍ଧ: କାଳିଆ ଟଙ୍କା ଓ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ସାମିଲ ହେବା ପାଇଁ ଦୁଇ ଦୁଇଟି ସଂଗଠନ ପକ୍ଷରୁ ଦାବି ପତ୍ର । ବୌଦ୍ଧ ଜିଲ୍ଲାର ବାଦ ପଡିଥିବା ଚାଷୀ ମାନଙ୍କୁ କାଳିଆ ଟଙ୍କା ପ୍ରଦାନ ଓ ପିଏମ କିଶାନ ଯୋଜନାରେ ସାମିଲ ଦାବିରେ ସୋମବାର ଦୁଇଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି ।

କାଳିଆ ଓ କିଶାନ ଯୋଜନାରେ ସାମିଲ ହେବାକୁ ଦାବିପତ୍ର

ରାଜ୍ୟ ସଂଗଠନର ନିଷ୍ପତ୍ତି କ୍ରମେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୌଦ୍ଧରେ କାଳିଆ ଯୋଜନାରୁ ବାଦ ପଡିଥିବା ଚାଷୀଙ୍କୁ ସାମିଲ କରିବା ସହ ଚାରି ହଜାର ବଦଳରେ ଦଶ ହଜାର ଟଙ୍କା ପ୍ରଦାନ ନିମନ୍ତେ ଦାବି କରି ବୌଦ୍ଧ ଏସପିଙ୍କ ଜରିଆରେ ପ୍ରଥମ ଦାବିପତ୍ର ପ୍ରଦାନ କରାଯାଇଛି ।

ଦ୍ବିତୀୟଟି କଣ୍ଟାମାଳ ବ୍ଲକ ମନମୁଣ୍ଡା ଅଞ୍ଚଳର ଶତାଧିକ ଚାଷୀ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। କଣ୍ଟାମାଳ ବ୍ଲକର କାଳିଆ ଯୋଜନାରୁ ବାଦ ପଡିଥିବା ଯୋଗ୍ୟ ଚାଷୀଙ୍କୁ ସାମିଲ ସହ ପିଏମ କିଶାନ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

DOIT

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.