ETV Bharat / state

ବୌଦ୍ଧରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ, ପଦାରେ ପଡ଼ିଲା ଅନ୍ତଃକନ୍ଦଳ

ସଂଗଠନକୁ ସୁଦୃଢ କରିବା ପାଇଁ ବସିଥିଲା ବୈଠକ । ହେଲେ ସୁଦୃଢ ପରିବର୍ତ୍ତେ ପଦାରେ ପଡିଲା ଦଳୀୟ ଅନ୍ତଃକନ୍ଦଳ ।

author img

By

Published : Sep 14, 2019, 11:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସରିଲା ଜିଲ୍ଲା ବିଜେଡି ର ବୈଠକ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଉଠିଲା ପ୍ରସଙ୍ଗ । ସର୍ବ ସମ୍ମୁଖରେ ଏଭଳି ଅସ୍ବାଭାବିକ ପରିସ୍ଥିତିକୁ କ୍ଷୋଭ ତଥା ଦଳ ଭିତରର କଥା କହି ପ୍ରସଙ୍ଗ କୁ ଏଡାଇ ଯାଇଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରତାପ କେଶରୀ ଦେବ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶନିବାର ବୌଦ୍ଧ ଟାଉନହଲ ଠାରେ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ନେଇ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମହିଧର ରଣାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି ବୈଠକ । ମୁଖ୍ୟ ଅତିଥି ରୂପେ ପୂର୍ବତନ ରାଜ୍ୟ ସଭା ସାସଂଦ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗ ଦେଇଥିଲେ । ସେହିପରି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ବିଜେଡିର ସାଂଗଠନିକ ନେତା ଓ ଦୁଇ ବ୍ଲକର ଅଧ୍ୟକ୍ଷ ଯୋଗ ଦେଇଥିଲେ ।

ଆସନ୍ତା ମାସରେ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ଏକ ସ୍ବତନ୍ତ୍ର ଶୈଳୀରେ କରାଯିବ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । କିନ୍ତୁ ବୈଠକରେ ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଦଳର ଆଭ୍ୟନ୍ତରୀଣ କନ୍ଦଳ କଥା ଓ ଦଳ ବିରୋଧୀକାର୍ଯ୍ୟ କଥାକୁ ଉଠାଇବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅବଶ୍ୟ ମୁଖ୍ୟ ଅତିଥି ବିଷୟକୁ ପ୍ୟାଚ୍ ପକାଇବାକୁ ଯାଇ ଦଳ ଭିତରେ ଏପରି ହୁଏ ବୋଲି କହିଥିଲେ । ଦଳର ବୈଠକରେ ଦଳୀୟ ନେତାଙ୍କ ଏଭଳି ମନ୍ତବ୍ୟକ ବିଜେଡ଼ିର ଅନ୍ତଃକନ୍ଦଳକୁ ପଦାରେ ପକଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସରିଲା ଜିଲ୍ଲା ବିଜେଡି ର ବୈଠକ ।କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ କଥା ଉଠିଲା ।ସର୍ବ ସମ୍ମୁଖରେ ଏଭଳି ଅସ୍ବାଭାବିକ ପରିସ୍ଥିତିକୁ କ୍ଷୋଭ ତଥା ଦଳ ଭିତରର କଥା କହି ପ୍ରସଙ୍ଗ କୁ ଏଡାଇ ଯାଇଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ ।
ଶନିବାର ବୌଦ୍ଧ ଟାଉନହଲ ଠାରେ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର କର୍ମୀ ଙ୍କୁ ନେଇ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା ।କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମହିଧର ରଣାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ,ଜିଲ୍ଲା ବିଜେଡି ର ସାଂଗଠନିକ ନେତା ଓ ଦୁଇ ବ୍ଲକର ଅଧ୍ୟକ୍ଷ ଯୋଗ ଦେଇଥିଲେ ।କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ କେତେଜଣ ବିଜେଡି ନେତା ଙ୍କୁ ଏହି ବୈଠକରେ ଦେଖିବାକୁ ମିଳିନଥିଲା ।ଆସନ୍ତା ମାସରେ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ଏକ ସ୍ବତନ୍ତ୍ର ଶୈଳୀରେ କରାଯିବ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ ।କିନ୍ତୁ ବୈଠକରେ ଜିଲ୍ଲା ବିଜେଡି କୃଷକସେଲ ସଭାପତି ଦଳର ଆଭ୍ୟନ୍ତରୀଣ କନ୍ଦଳ କଥା ଓ ଦଳ ବିରୋଧୀକାର୍ଯ୍ୟ କଥାକୁ ଉଠାଇବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅବଶ୍ୟ ମୁଖ୍ୟ ଅତିଥି ବିଷୟକୁ ପ୍ୟାଚ ପକାଇବାକୁ ଯାଇ ଦଳ ଭିତରେ ଏପରି ହୁଏ ବୋଲି କହିଥିଲେ ।ଦଳର ବୈଠକରେ ଏଭଳି ମନ୍ତବ୍ୟକୁ ନେଇ ଜିଲ୍ଲାରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।

Body:ବିଜେଡି ବୈଠକରେ ଖୋଲାଖୋଲି ଉଠିଲା ଦଳ ବିରୋଧି କାର୍ଯ୍ୟ ର କଥା ।

Conclusion:ବାଇଟ-୧-ଶାନ୍ତନୁ ଥାର୍ଟ୍ଟି, ଜିଲ୍ଲା ବିଜେଡି କୃଷକ ସେଲ,ସଭାପତି
ବାଇଟ-୨-ମହିଧର ରଣା,ଜିଲ୍ଲା ବିଜେଡି ସଭାପତି
ବାଇଟ-୩-ପ୍ରତାପ କେଶରୀ ଦେବ,ରାଜ୍ୟ ପର୍ଯ୍ୟବେକ୍ଷକ, ବିଜେଡି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.