ETV Bharat / state

ବେଧଡକ ଚାଲିଛି ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ - legal license

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ବେଧଡକ ଚାଲିଛି ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ । ଜିଲ୍ଲା ଏନଫୋର୍ସମେଣ୍ଟ ଟିମ ଦ୍ବାରା ଚଢାଉ ବେଳେ ସାମ୍ନାକୁ ଆସିଛି ଏହି ତଥ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 28, 2019, 5:23 AM IST

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ବେଧଡକ ଚାଲିଛି ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ । ଜିଲ୍ଲା ଏନଫୋର୍ସମେଣ୍ଟ ଟିମ ଦ୍ବାରା ଚଢାଉ ବେଳେ ସାମ୍ନାକୁ ଆସିଛି ଏହି ତଥ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ଆସିଛି ଔଷଧ ଭଳି ଜୀବନ ରକ୍ଷକ ସାମଗ୍ରୀକୁ ନେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ବେଆଇନ କାରବାର ଅନ୍ୟ କେଉଁଠି ନୁହେଁ ବରଂ ଚାଲିଛି ହରଭଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଭୈରବୀ କ୍ଲିନିକରେ । ଯେଉଁଠାରେ ରକ୍ତ ପରୀକ୍ଷା ନା ରେ ବିନା ଲାଇସେନ୍ସରେ ଚାଲିଥିଲା ଖୁଲମଖୁଲା ଔଷଧ ବ୍ୟବସାୟ ।

ମଙ୍ଗଳବାର ବୌଦ୍ଧ ଜିଲ୍ଲାର ଡ୍ରଗ୍ସ ଅଧିକାରୀ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପବିତ୍ର ପ୍ରଧାନଙ୍କ ଦ୍ବାରା ପରିଚାଳିତ ଭୈରବୀ କ୍ଲିନକରୁ 30 ପ୍ରକାରର ଔଷଧ ଜବତ କରାଯାଇଥିଲା । ବୁଧବାର ଏସବୁ ଔଷଧକୁ ତଥ୍ୟ ସହ ବିଭାଗ ପକ୍ଷରୁ ମାମଲା ରଜ୍ଜୁ କରାଯାଇଛି ।

ଅପରପକ୍ଷରେ ଏଭଳି ଘଟଣାରେ ଚିକିତ୍ସାଳୟର କୌଣସି କର୍ମଚାରୀଙ୍କ ସଂପୃକ୍ତି ଓ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏଭଳି ସାଂଘାତିକ କାମ କରାଯାଉଛି କି ନାହିଁ ସେନେଇ ତଦନ୍ତ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

story

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.