ETV Bharat / state

ରୋଗୀଙ୍କ ଔଷଧ ବିବରଣୀ ପ୍ରଶାସନକୁ ପ୍ରଦାନ କରିବେ ଔଷଧ ଦୋକାନୀ - ବୌଦ୍ଧ କୋରୋନା ନ୍ୟୁଜ

ଥଣ୍ଡାଜ୍ବର,କଫ,କାଶ ପାଇଁ ସିଧାସଳଖ ଦୋକାନରୁ ଔଷଧ କିଣୁଥିବା ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଦୋକାନୀ । ଏନେଇ ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ନୋଟିସ ଜାରି କରିଛନ୍ତି ।

medicine deatail
ରୋଗୀଙ୍କ ଔଷଧ ବିବରଣୀ ପ୍ରଶାସନକୁ ପ୍ରଦାନ କରିବେ ଔଷଧ ଦୋକାନୀ
author img

By

Published : Apr 18, 2020, 3:14 PM IST

ବୌଦ୍ଧ: କୋରୋନା ସଂକ୍ରମଣ ରୋକିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି । ଏବେ ଥଣ୍ଡାଜ୍ବର, କଫ, କାଶ ପାଇଁ ସିଧାସଳଖ ଦୋକାନରୁ ଔଷଧ କିଣୁଥିବା ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଦୋକାନୀ । ଏନେଇ ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ନୋଟିସ ଜାରି କରିଛନ୍ତି ।

ରୋଗୀଙ୍କ ଔଷଧ ବିବରଣୀ ପ୍ରଶାସନକୁ ପ୍ରଦାନ କରିବେ ଔଷଧ ଦୋକାନୀ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ କୌଣସି ତୃଟି ରଖିବାକୁ ଜିଲ୍ଲା ପ୍ରଶାସନ ଚାହୁଁ ନାହାନ୍ତି । ଗତ ଶୁକ୍ରବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ କୋଭିଡ-19 ହେଲ୍ଥ ସେଣ୍ଟର ବୁଲି ଦେଖିଥିଲେ । ଏବେ ଯଦି କୌଣସି ବ୍ୟକ୍ତି କିମ୍ବା ରୋଗୀ ଥଣ୍ଡା ଜ୍ବର,କଫ,କାଶ ପାଇଁ ସିଧାସଳଖ ଦୋକାନରୁ ଔଷଧ କ୍ରୟ କରନ୍ତି ତେବେ ରୋଗୀର ସମ୍ପୂର୍ଣ୍ଣ ବିବରଣୀ ପ୍ରଶାସନକୁ ସମ୍ପୃକ୍ତ ଔଷଧ ଦୋକାନୀ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

medicine deatail
ରୋଗୀଙ୍କ ଔଷଧ ବିବରଣୀ ପ୍ରଶାସନକୁ ପ୍ରଦାନ କରିବେ ଔଷଧ ଦୋକାନୀ

ତେବେ ଏହାକୁ ଔଷଧ ବ୍ୟବସାୟୀ ମାନେ ସ୍ବାଗତ କରିଛନ୍ତି । ସେପଟେ ଜିଲ୍ଲାରୁ ସଂଗୃହିତ ରକ୍ତ ନମୁନା ବର୍ତ୍ତମାନ ପର୍ଯ୍ୟନ୍ତ ନେଗେଟିଭ ଆସୁଥିବାରୁ ଚିନ୍ତାର କାରଣ ନାହିଁ ବୋଲି ଜିଲ୍ଲାପାଳ କହିଥିବା ବେଳେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.