ETV Bharat / state

କମୁଛି ବନ୍ୟା ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା - ବଲାଟ ସେତୁ ଉପରେ ପାଞ୍ଚ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ

ବୌଦ୍ଧ ଜିଲ୍ଲାରେ ବନ୍ୟାସ୍ଥିତି । ବିଭିନ୍ନ ନଦୀରେ ଜଳସ୍ତର କମିଥିଲେ ସୁଧା ଅନେକ ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି । ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଅଧିକ ପଢନ୍ତୁ

କମୁଛି ବନ୍ୟା ଆଶଙ୍କା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

author img

By

Published : Aug 19, 2022, 8:36 AM IST

ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇପଡିଛି । ଆଉ ଏଥିରୁ ବାଦ ପଡିନି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର କମିଥିଲେ ସୁଧା ଅନେକ ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି । ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି ।

କମୁଛି ବନ୍ୟା ଆଶଙ୍କା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ବୌଦ୍ଧ ଜିଲ୍ଲାରେ ଗତ ସପ୍ତାହେ ହେଲାଣି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧ ଓ ହରଭଙ୍ଗା ବ୍ଲକର ନଦୀ କୂଳିଆ ପଞ୍ଚାୟତ ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେବି କୃଷ୍ଣମୋହନପୁର ନିକଟସ୍ତ ବଲାଟ ସେତୁ ଉପରେ ପାଞ୍ଚ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ସହିତ ରିଲିଫ ଯୋଗାଇ ଦିଆଯାଉଛି । ତେବେ କେତେକ ବନ୍ୟା ଅଞ୍ଚଳରେ ରିଲିଫ ମିଳିନଥିବା ଅଭିଯୋଗ ହୋଇଛି ।

ଅନେକ କଚ୍ଚାଘର ଭୁଶୁଡି ପଡିଛି । ସେପଟେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ନଦୀର କୁରୁକୁଚ ଘାଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ବନ୍ୟା ପାଣିରୁ ଉଦ୍ଧାର ହୋଇଛି । ତେବେ ସେହି ମୃତଦେହଟିକୁ ବୌଦ୍ଧ ରାଜଘାଟ ଠାରେ ଖୋଲା ସ୍ଥାନରେ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ‘ଇଟିଭି ଭାରତ’ ଠାରୁ ଖବର ପାଇବା ପରେ ବୌଦ୍ଧ ପୋଲିସ ମୃତଦେହକୁ ଉଦ୍ଧାର କରି ଅନ୍ତିମ ସତ୍କାର କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.