ETV Bharat / state

ଝରଣା ପାଣିକୁ ଜଙ୍ଗଲୀ ରାସ୍ତା, ଅପପୃଷ୍ଟିରେ ଜୀବନ ହୀନସ୍ତା

ବୌଦ୍ଧର ‘ନଗଡା’ , କନ୍ଧ ଅଧ୍ୟୁଷିତ ଘୋଡାଡିଆଁ ଗ୍ରାମ । ଗମନାଗମନା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ବିନା ଦୁର୍ବିସହ ଏଠାକାର ଅଦିବାସୀ ଜୀବନ । ଗାଁର ବହୁ ପିଲା ଅପପୃଷ୍ଟିର ଶିକାର ହେଉଛନ୍ତି।

author img

By

Published : Jul 18, 2019, 4:22 PM IST

ଡିଜାଇନ ଫଟୋ

ବୌଦ୍ଧ: ନାହିଁ ରାସ୍ତା । ନାହିଁ ପାଣି । ଅଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ଏପରିକି ଅପପୃଷ୍ଟି ରୋଗରେ ବହୁ କଅଁଳ ଜୀବନ ଘାଣ୍ଟି ହେଉଥିଲେ ବି ଅପହଞ୍ଚ ସ୍ବାସ୍ଥ୍ୟସେବା । ଏ ହେଉଛି ବୌଦ୍ଧ ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା କନ୍ଧ ଅଧ୍ୟୁଷିତ ଘୋଡାଡିଆଁ ଗ୍ରାମ ।

ଦୀପ ତଳ ଅନ୍ଧାର ଭଳି ଚାରିଛକର ନିକଟରେ ଥିବା ଗାଁରେ ସମସ୍ୟାର ଲମ୍ବା ତାଲିକା । ସ୍ଥିତି ଦେଖିଲେ ଲାଗୁଛି, ସରକାରୀ ଯୋଜନା ମଧ୍ୟରେ ଘୋଡାଡିଆଁବାସୀ ସତେ ଯେପରି ଅଲୋଡା ହୋଇପଡଛନ୍ତି । ପରିଣତ ବୟସର ହୋଇଥିଲେ ସୁଦ୍ଧା ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ବହୁ ଗୁହାରୀ ସରିଲାଣି । ଗ୍ରାମବାସୀଙ୍କ ତମାମ ଅସୁବିଧା । ଆଉ କହିଲେ ବି କେହି ଶୁଣିବାକୁ ନାହାନ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ଗାଁର ଏକ ମାତ୍ର ଭରସା ଘଞ୍ଚ ବଣ ଭରା ଜଙ୍ଗଲ । ଝରଣା ରେ ପାଣି ଅଧିକ ଆସିଲେ ଏହି ଗାଁ ଲୋକେ ପଡୋଶୀ କନ୍ଧମାଳ ଜିଲ୍ଲାର ପାହାଡ ଜଙ୍ଗଲ ରାସ୍ତା ଦେଇ ଚାରି ଛକ ବାଣୀଭୂଷଣପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । ଏହି କନ୍ଧ ଅଧ୍ୟୁଷିତ ଗାଁ ଉପରେ ପ୍ରଶାସନର ନଜର କେବେ ଯାଉଛି , ତାହା ଦେଖିବାକୁ ବାକି ରହିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

asc

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.