ବୌଦ୍ଧ: କୋରୋନା ବ୍ୟାପିବାରୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟ ବାହାରୁ ଆସିଥିବା କିଛି ଲୋକ ପ୍ରଶାସନକୁ ସୂଚନା ନଦେଇ ଘରେ ଲୁଚି ରହୁଥିବା ଅଭିଯୋଗ ହୋଇଛି । ସେପଟେ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ତିନି ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
କୋରୋନା ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ ରହିବାକୁ ନିବେଦନ କରିବା ସହିତ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ କେତେକ ଲୋକେ ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ ରାଜ୍ୟ ବାହାରୁ ଆସିଥିବା କିଛି ଲୋକେ ପ୍ରଶାସନ କିମ୍ବା ପୋଲିସକୁ ସୂଚନା ନଦେଇ ଘରେ ଲୁଚି ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏପଟେ ଗତ ଶୁକ୍ରବାର ତିନି ଜଣ କୋରୋନା ସନ୍ଦିଗ୍ଧଙ୍କ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ତେବେ ଜଣେ କୋରୋନା ସନ୍ଦିଗ୍ଧ ଦୁବାଇରୁ ଏବଂ ଅନ୍ୟ ଦୁଇ ସନ୍ଦିଗ୍ଧ ନେପାଳରୁ ଫେରିଥିବା ଜଣାପଡିଛି । ଫେରିବା ପରେ ସେମାନେ ଜ୍ବର କାଶରେ ପୀଡିତ ଥିଲେ । ଖବର ପାଇ 3 ସନ୍ଦିଗ୍ଧଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ ଆହ୍ବାନ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ