ETV Bharat / state

ଅବ୍ୟବସ୍ଥା ଘେରରେ ଧାନମଣ୍ଡି, ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ

author img

By

Published : Dec 7, 2022, 4:16 PM IST

ଅବ୍ୟବସ୍ଥା ଘେରରେ ଧାନମଣ୍ଡି । ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ । ବୌଦ୍ଧରେ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିବା ବେଳେ ବିଭିନ୍ନ ଧାନମଣ୍ଡି ଓ ମାର୍କେଟ ୟାର୍ଡରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ
ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ

ବୌଦ୍ଧ: ଜିଲ୍ଲାରେ ଅବ୍ୟବସ୍ଥା ଘେରରେ ଧାନମଣ୍ଡି । ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିବା ବେଳେ ବିଭିନ୍ନ ଧାନମଣ୍ଡି ଓ ମାର୍କେଟ ୟାର୍ଡରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ ।

ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ

ଚାଷୀର ବର୍ଷକର ପରିଶ୍ରମର ଫଳ ଉତ୍ପାଦିତ ହୋଇଛି । କିନ୍ତୁ ବର୍ତ୍ତମାନ ଠାରୁ ଦଲାଲ ଓ ମଣ୍ଡି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଲାଣି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ଧାନମଣ୍ଡିରେ ଧାନକ୍ରୟର ଶୁଭାରମ୍ଭ ହୋଇଛି । ମନମୁଣ୍ଡା ଠାରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଧାର କରଜ କରି ଧାନ ଚାଷ କରିଥିବା ବେଳେ ବର୍ତ୍ତମାନ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି । ଚାଷୀଙ୍କ ରେଜିଷ୍ଟ୍ରେସନ, ଟୋକନ ଓ ଧାନ କିଣା ବିକା ସବୁକିଛି ଦଲାଲଙ୍କ ଦ୍ବାରା ନିୟନ୍ତ୍ରଣ ହେଉଥିବା ବେଳେ ଉଭୟ ସମବାୟ ଓ ଯୋଗାଣ ବିଭାଗ ସବୁ ଜାଣି ମଧ୍ୟ ଏସବୁକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Archana Nag Case: 2ୟ ଥର ପାଇଁ EDରେ ଆଲିଶାନ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା ହାଜର

କେବଳ ବିଭାଗ ପକ୍ଷରୁ ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ କହି ଦଲାଲ, କଟନୀ ଛଟନୀ, ମଣ୍ଡିର ଆନୁସଙ୍ଗିକ ଅବ୍ୟବସ୍ଥା କୁ ଅଣଦେଖା କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ସେପଟେ ଜିଲ୍ଲାର ବିଭିନ୍ନ ମଣ୍ଡି କାର୍ଯ୍ୟାଳୟର ନିଜସ୍ୱ ଭଲ ଘର ଖଣ୍ଡେ ନଥିବା ବେଳେ କେତେକ ପ୍ୟାକ୍ସ ଭଡାଘରେ ଚାଲିଛି । ସେପଟେ ରକ୍ସା ଓ ଶଙ୍କୁଳେଇ ପ୍ୟାକ୍ସ ଗୃହ ଜରିପାଲ ଟଣା ଭଙ୍ଗା ଦଦରା ଘରେ ଚାଲିଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.