ETV Bharat / state

ଖରିଫଧାନ କ୍ରୟ ପାଇଁ ରାସ୍ତାରେ ଚାଷୀ, ଯୋଗାଣ ବିଭାଗ ରବି ଧାନ ପାଇଁ ପ୍ରସ୍ତୁତି - ବୌଦ୍ଧ ଖବର

ମଣ୍ଡିରୁ ଉଠି ପାରୁନି ଚାଷୀଙ୍କ ଧାନ । ଖରିଫଧାନ କ୍ରୟ ପାଇଁ ରାସ୍ତାରେ ଚାଷୀ । ଯୋଗାଣ ବିଭାଗ ରବି ଧାନ ପାଇଁ ପ୍ରସ୍ତୁତି । ଅଧିକ ପଢନ୍ତୁ...

mandi problem in boudha
ଖରିଫଧାନ କ୍ରୟ ପାଇଁ ରାସ୍ତାରେ ଚାଷୀ,ଯୋଗାଣ ବିଭାଗ ରବି ଧାନ ପାଇଁ ପ୍ରସ୍ତୁତି
author img

By

Published : Mar 10, 2021, 7:50 PM IST

ବୌଦ୍ଧ: ମଣ୍ଡିରୁ ଉଠି ପାରୁନି ଚାଷୀଙ୍କ ଧାନ । ଫଳରେ ବୌଦ୍ଧ ଜିଲ୍ଲାର ପ୍ରାୟ ଧାନମଣ୍ଡିରେ ଲାଗି ରହିଛି ଚାଷୀ ଅସନ୍ତୋଷ । ଜିଲ୍ଲାର ସମୁଦାୟ 42 ଗୋଟି ସମବାୟ ସମିତିର ଟାର୍ଗେଟ ସରିବାକୁ ବସିଥିବା ବେଳେ ଗରିବ ଚାଷୀ ଏବେ ଧାନ କେଉଁଠି ବିକ୍ରି କରିବ ସେନେଇ ଚିନ୍ତାରେ ରହିଛନ୍ତି । ଆଜି(ବୁଧବାର) ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ବେପାରୀ ଓ ଦଲାଲଙ୍କ ଧାନକିଣା ଯାଇଥିବା ବେଳେ ପ୍ରକୃତ ଚାଷୀର ଧାନକିଣା ଯାଇନଥିବା ଅଭିଯୋଗ କରାଯାଇଛି ।

ଖରିଫଧାନ କ୍ରୟ ପାଇଁ ରାସ୍ତାରେ ଚାଷୀ,ଯୋଗାଣ ବିଭାଗ ରବି ଧାନ ପାଇଁ ପ୍ରସ୍ତୁତି

ଜିଲ୍ଲାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତା ଅବରୋଧ କରାଯାଉଛି । କିନ୍ତୁ କେବେ ଚାଷୀଙ୍କ ଧାନକ୍ରୟ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ବୁଧବାର ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗ ମିଳିତ ଭାବେ ଆଗାମୀ ରବିଧାନ କ୍ରୟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସମସ୍ତ ସମବାୟ ସମିତିର ସମ୍ପାଦକଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.