ETV Bharat / state

ସମସ୍ୟା ଘେରରେ ମନମୁଣ୍ଡା, ଯୋଗାଯୋଗରୁ ସ୍ବାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ - ମନମୁଣ୍ଡା ସମସ୍ୟା ଖବର

କଣ୍ଟାମାଳ ବ୍ଲକର ତେଲନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରାଚୀନ ଜନପଦ ବର୍ତ୍ତମାନ ସମସ୍ୟା ଘେରରେ । ନଦୀତଟ ସୁରକ୍ଷା ଠାରୁ ନେଇ ବିଭିନ୍ନ ସରକାରୀ ବିଭାଗରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଅଧିକ ପଢନ୍ତୁ

ସମସ୍ୟା ଘେରରେ ମନମୁଣ୍ଡା, ଯୋଗାଯୋଗରୁ ସ୍ବାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ

author img

By

Published : Mar 14, 2022, 10:23 PM IST

ବୌଦ୍ଧ: ମାଳମାଳ ସମସ୍ୟାରେ ଜର୍ଜରିତ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ କଣ୍ଟାମାଳ ବ୍ଲକର ତେଲନଦୀ ଓ ମହାନଦୀ ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରାଚୀନ ଜନପଦ ମନମୁଣ୍ଡା । ଦୁଇଟି ନଦୀ କୂଳରେ ଥାଇ ମଧ୍ୟ ମନମୁଣ୍ଡାବାସୀଙ୍କୁ ପାନୀୟଜଳ ପାଇଁ ବର୍ଷବର୍ଷ ଧରି ସଂଗ୍ରାମ କରିବାକୁ ପଡୁଛି । ମନମୁଣ୍ଡାରୁ ସୋନପୁର ଜିଲ୍ଲାକୁ ସଂଯୋଗ କରୁଥିବା ତେଲନଦୀ ସେତୁ ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ବ ସମୟ ତଳେ ନିର୍ମାଣ ହୋଇଥିବାବେଳେ ବର୍ତ୍ତମାନ ତାହା ଅତ୍ୟନ୍ତ ଦୁର୍ବଳ ତଥା ବିପଦସଙ୍କୁଳ ହୋଇପଡିଛି ।

ସମସ୍ୟା ଘେରରେ ମନମୁଣ୍ଡା, ଯୋଗାଯୋଗରୁ ସ୍ବାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ

ଏଠାରେ ଦ୍ୱିତୀୟ ସେତୁର ଯଥେଷ୍ଟ ଆବଶ୍ୟକତା ଥିବାବେଳେ ମହାନଦୀ ଓ ତେଲନଦୀ କୂଳ ଲଙ୍ଘି ମନମୁଣ୍ଡା ପାଇଁ ବିପଦ ସୃଷ୍ଟି କରୁଛି । ମନମୁଣ୍ଡାକୁ ଏକ NACରେ ପରିଣତ କରିବାକୁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କେବଳ ଏକ ପଞ୍ଚାୟତରେ ସୀମିତ ରହିଯାଇଛି । ସେପଟେ ସରକାରୀ ବ୍ୟବସ୍ଥାରେ ମଧ୍ୟ ଅଚଳାବସ୍ଥା ଦେଖାଦେଉଛି । ଏଠାରେ ଥିବା ରାଜସ୍ୱ କାର୍ଯ୍ୟାଳୟ ଓ ଅବକାରୀ କାର୍ଯ୍ୟାଳୟ ଭଳି ଅନେକ ସରକାରୀ ଅଫିସରେ ଅଧିକାଂଶ ସମୟରେ ତାଲା ଝୁଲି ରହୁଛି । ଫଳରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ନିର୍ଭର କରୁଥିବା ଡାକ୍ତରଖାନା ଏବେ ବ୍ୟାପକ ସମସ୍ୟା ଓ ଦୁର୍ନୀତି ଘେରରେ ଛନ୍ଦି ହୋଇ ପଡିଥିବାର ଅଭିଯୋଗ ହୋଇଛି । ଏଠାରେ ଥିବା ଜନୈକ ଡାକ୍ତରଙ୍କ ଅସାଧୁ କାରବାର ଯୋଗୁଁ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଥିବା ମଧ୍ୟ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.