ETV Bharat / state

ଗଛମୂଳ ଛିଡା ହୋଇଥିଲେ 3 ସାଙ୍ଗ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

author img

By ETV Bharat Odisha Team

Published : Sep 14, 2023, 9:39 AM IST

Updated : Sep 14, 2023, 12:24 PM IST

ବୌଦ୍ଧ ଜିଲ୍ଲା ପିଙ୍ଗଲାବେଡା ଗ୍ରାମରେ ଗଛ ତଳେ ଛିଡା ହୋଇଥିବା ବେଳେ ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ

man died due to lightning
man died due to lightning
ଗଛମୂଳ ଛିଡା ହୋଇଥିଲେ 3 ସାଙ୍ଗ

ବୌଦ୍ଧ: ଏମିତି ବି ଆସେ ମୃତ୍ୟୁ । ଗଛ ତଳେ ଛିଡା ହୋଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର । ବୌଦ୍ଧ ଜିଲ୍ଲା ପିଙ୍ଗଲାବେଡା ଗ୍ରାମରେ ଘଟିଛି ଏଭଳି ଘଟଣା । ତେବେ ମୃତ ଯୁବକ ଜଣକ ବଲାକିରା ଗ୍ରାମର କରୁଣ ମହାକୁଡ଼ ବୋଲି ଜଣାପଡିଛି ।

ତେବେ ଗତକାଲି(ବୁଧବାର) ଅପରାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା । ବର୍ଷା ଯୋଗୁଁ ପିଙ୍ଗଲାବେଡା ଗ୍ରାମ ନିକଟସ୍ଥ ଏକ ଗଛ ମୂଳରେ ତିନି ଜଣ ସାଙ୍ଗ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ବଜ୍ରପାତରେ ଗୁରୁତର ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଅଟୋ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ଉଭୟ ଗୁରୁତର ସୁମନ୍ତ ସାହୁ ଓ ବାପୁନ୍ ସାହୁଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସେହିପରି ଜିଲ୍ଲାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ସହରର ବାଏପାସର ଜଗଦୀଶପୁର ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ତାଙ୍କର ପୁଅ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଦୁଇ ଚାଷୀ ମୃତ , ୮ ଗୁରୁତର

ଏହା ମଧ୍ୟ ପଢନ୍ତୁ - ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର

ପ୍ରକାଶ ଥାଉକି, ସେହିପରି କିଛି ଦିନ ପୂର୍ବେ ଜିଲ୍ଲାର ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମର ଦୁଇ ସ୍ବାମୀ ସ୍ତ୍ରୀ ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ସଠିକ୍ ସମୟରେ ଆମ୍ବୁଲାନ୍ସ ସେବା ନ ମିଳିବାରୁ ଗ୍ରାମବାସୀ ଗୁରୁତର ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 14, 2023, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.