ETV Bharat / state

ମମିତା ହତ୍ୟାକାଣ୍ଡ ଘଟଣା: ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି, AIYFର ବିକ୍ଷାେଭ - Sunshine school

ସ୍କୁଲ ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାରେ ଜୋର ଧରିଛି ତାତି । ଏହି ଘଟଣାରେ ବୌଦ୍ଧ ଜିଲ୍ଲା ବିଜେପି, AIYF ଓ ମହିଳା ମୋର୍ଚ୍ଚା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା: ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି, AIYFର ବିକ୍ଷାେଭ

author img

By

Published : Oct 20, 2021, 10:40 PM IST

ବୌଦ୍ଧ: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଞ୍ଚଳର ସନସାଇନ ସ୍କୁଲ ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାର ତାତି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଘଟଣାରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ବିଭିନ୍ନ ରାଜନୈତିକ ସଙ୍ଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମମିତା ହତ୍ୟାକାଣ୍ଡ ଘଟଣା: ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି, AIYFର ବିକ୍ଷାେଭ

ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଦାୟିତ୍ବରେ ଥିବା ମମିତାଙ୍କୁ ପ୍ରଥମେ ହତ୍ୟା ପରେ ପୋଡାଯାଇ ପୋତି ଦିଆଯିବା ଭଳି ଅମାନବୀୟ ଘଟଣାକୁ ନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଆଜି(ବୁଧବାର) ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯିବା ସହ ଏହି ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଚର୍ଚ୍ଚା ଜୋର ଧରିଛି ।

ସେହିପରି ଜିଲ୍ଲା ବିଜେପି, AIYF ଓ ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଗୃହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହିତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.