ETV Bharat / state

ପୌର ଫାଇଟ: ବୌଦ୍ଧରେ ଶେଷ ଦିନରେ ନାମାଙ୍କନ ଭରିବେ ରାଜନୈତିକ ଦଳ ପ୍ରାର୍ଥୀ

author img

By

Published : Mar 6, 2022, 9:19 PM IST

ଜିଲ୍ଲାର ଏକମାତ୍ର NAC ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ବୌଦ୍ଧରେ ଶେଷ ଦିନରେ ନାମାଙ୍କନ ଭରିବେ ରାଜନୈତିକ ଦଳ ପ୍ରାର୍ଥୀ
ପୌର ଫାଇଟ: ବୌଦ୍ଧରେ ଶେଷ ଦିନରେ ନାମାଙ୍କନ ଭରିବେ ରାଜନୈତିକ ଦଳ ପ୍ରାର୍ଥୀ

ବୌଦ୍ଧ: ଜିଲ୍ଲାର ଏକମାତ୍ର NAC ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିଛି । ୧୭ଟି ୱାର୍ଡକୁ ନେଇ ବୌଦ୍ଧ NAC ଗଠିତ ।

ପୂର୍ବରୁ କେବଳ ଦୁଇଜଣ ବରିଷ୍ଠ ନାଗରିକ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଠାରେ NAC ଅଧ୍ୟକ୍ଷ ପଦ ପାଇଁ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ । ସୋମବାର ସକାଳୁ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ତା ସହିତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ନେଇ ଆକଳନ କରାଯାଉଛି ।

ରବିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ବ ନାମାଙ୍କନପତ୍ର ଫର୍ମ ପୌର କାର୍ଯ୍ୟାଳୟରୁ ବିକ୍ରି ହୋଇଛି । ଏହାକୁ ନେଇ ପୌର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ବଚ୍ଛ ତଥା ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.