ETV Bharat / state

ସରକାରୀ ଜମି ଦୁର୍ନୀତିର ଫାଇଲ ଚୋରି ମାମଲାର; ଦିଗହରା ହୋଇଛି ତଦନ୍ତ

author img

By ETV Bharat Odisha Team

Published : Jan 14, 2024, 11:03 PM IST

Major Land scam in Boudh: ବୌଦ୍ଧରେ ସରକାରୀ ଜମି ହଡ଼ପ ମାମଲାରେ ତହସିଲରୁ ଫାଇଲ ଚୋରି ଅଭିଯୋଗ । ତଦନ୍ତ ରେ ଶିଥିଳତା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି । ଅଧିକ ପଢନ୍ତୁ

ବୌଦ୍ଧରେ ସରକାରୀ ଜମି ଦୁର୍ନୀତିର ଫାଇଲ ଚୋରି, ମାମଲାର ତଦନ୍ତ ହୋଇଛି ଦିଗହରା

ବୌଦ୍ଧ: ବୌଦ୍ଧରେ ସରକାରୀ ଜମି ହେଉଛି ହଡ଼ପ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି କିଣାବିକା ଓ ସରକାରୀ ଜମି ହଡ଼ପ ଭଳି ବଡ ଦୁର୍ନୀତିର ବାରମ୍ବାର ଅଭିଯୋଗ ହୋଇଆସୁଛି । ଏଭଳି ଦୁର୍ନୀତି ସମ୍ପର୍କରେ ଜଣାପଡିବା ପରେ ତହସିଲ କାର୍ଯ୍ୟାଳୟରୁ ସେସବୁ କଳା କାରବାରର ରେକର୍ଡ ଗାୟବ ହୋଇଯାଇଥିଲା । ଏହାକୁ ନେଇ ତହସିଲ ପକ୍ଷରୁ ଥାନାରେ ଏତଲା ଦାୟର କରାଯାଇଥିଲା । ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ଦୁର୍ନୀତି ସର୍ବକାଳୀନ ରେକର୍ଡ଼ କରିଥିଲା ।

ଭୂମିହୀନ ପ୍ରଜାଙ୍କ ପାଇଁ ସରକାର ଏଫ୍ଆରଏ ଓ ବସୁନ୍ଧରା ଭଳି ଅନେକ ଯୋଜନା ମାଧ୍ୟମରେ ସରକାରୀ ଓ ଜଙ୍ଗଲ ଜମିପଟ୍ଟା ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାରେ ଥିବା ତିନୋଟି ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏହି ଜମି କିଣାବିକା ଓ ସରକାରୀ ଜମି ହଡ଼ପ ଦୁର୍ନୀତିର ଏକ ବଡ଼ ଧରଣର ରାକେଟ କାମ କରୁଛି । ପ୍ରାୟ 20 ବର୍ଷ ତଳେ ଉଭୟ ବୌଦ୍ଧ ଓ ହରଭଙ୍ଗା ତହସିଲଦାର ଭାବରେ କାର୍ଯ୍ୟ କରୁଥିବା ତତ୍କାଳୀନ କରିତକର୍ମା ମହିଳା ତହସିଲଦାରଙ୍କ ନେତୃତ୍ବରେ ସରକାରୀ ଜମି ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଧନୀ ଶ୍ରେଣୀୟ ତଥା ପ୍ରଭାବଶାଳୀ ବ୍ୟକ୍ତି ଏକର ଏକର ସରକାରୀ ଜମିକୁ ତହସିଲଦାରଙ୍କ ଜରିଆରେ ବ୍ୟାପକ ଅନିୟମିତତା କରି ହାତେଇଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଝାରସୁଗୁଡା ପୌରପରିଷଦରେ ଦୁର୍ନୀତି, ଅଭିଯୋଗ ଆଣିଲେ କାଉନସିଲର

ତେବେ ଗତ ପ୍ରାୟ 3 ବର୍ଷ ତଳେ ଏଭଳି ଦୁର୍ନୀତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଏହି ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯିବ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନକୁ କୌଣସି ଠୋସ ସଫଳତା ମିଳିନଥିବା ବେଳେ ଗତ କିଛି ମାସ ତଳେ ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ କେତେକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଦ୍ବାରା ଏ ସମ୍ପର୍କିତ ଫାଇଲ ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏଭଳି ସାଂଘାତିକ ଘଟଣା ପରେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକୁ ଦୀର୍ଘଦିନ ବିତି ଯାଇଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ ଆଗେଇ ପାରିନାହିଁ । ଏନେଇ ସାମାଜିକ କର୍ମୀ ଓ ବୁଦ୍ଧିଜୀବିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.