ETV Bharat / state

ମହିଷାସୁର ଦରବାର ପାଇଁ କଣ୍ଟାମାଳରେ ଉତ୍ସବର ମାହୋଲ - କଣ୍ଟାମାଳରେ କାଳୀ ପୂଜା

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଠାରେ ମହିଷାସୁର ଦରବାର ଅନୁଷ୍ଠିତ । କଂସ, ମୁରାସୁର ଓ ମହିଷାସୁର ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ କଳାକାର । ଅଧିକ ପଢନ୍ତୁ

କଣ୍ଟାମାଳରେ ମହିଷାସୁର ଦରବାର ଅନୁଷ୍ଠିତ
କଣ୍ଟାମାଳରେ ମହିଷାସୁର ଦରବାର ଅନୁଷ୍ଠିତ
author img

By ETV Bharat Odisha Team

Published : Nov 16, 2023, 1:42 PM IST

କଣ୍ଟାମାଳରେ ମହିଷାସୁର ଦରବାର ଅନୁଷ୍ଠିତ

ବୌଦ୍ଧ: ଆଲୋକର ପର୍ବ ଦୀପାବଳି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ । କାଳୀ ପୂଜା ଅବସରରେ ବୌଦ୍ଧର କଣ୍ଟାମାଳ ଠାରେ ମହିଷାସୁର ଦରବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ଦିନ ଧରି ଚାଲିଥିବା ଏହି ଉତ୍ସବରେ କଳାକାରଙ୍କ କଂସ, ମୁରାସୁର ଓ ମହିଷାସୁର ବେଶରେ ଅଭିନୟ ଦର୍ଶକଙ୍କ ମନ ଜିଣିଛି । କଳାକାରଙ୍କ ନିଖୁଣ ଅଭିନୟ ପ୍ରତ୍ୟେକ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକମାନଙ୍କୁ ବାନ୍ଧି ରଖୁଛି । ତେବେ ଲୋକକଳାର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଶ୍ୟାମାକାଳୀ ପୂଜା ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପ ଗୁଡ଼ିକରେ ମାଆ ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମହାକାଳୀଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । କାଳୀ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି କଣ୍ଟାମାଳର କଲରାକୋଠା ପୂଜା କମିଟି ପକ୍ଷରୁ ମାଆ ଶ୍ୟାମାକାଳୀଙ୍କ ପୂଜନ ସହିତ ୬ ଦିନ ଧରି ମହିଷାସୁର ଦରବାର ଆୟୋଜନ କରାଯାଇଆସୁଛି । ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରରେ ମହିଷାସୁର ଦରବାର ଆୟୋଜିତ କରାଯାଇଥିବା ବେଳେ ପ୍ରତ୍ୟେହ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା ।

ଏହା ମଧ୍ୟ ପଢନ୍ତୁ: ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ, ଯୋଗ ଦେଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର

କଣ୍ଟାମାଳ ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶନ ସହିତ ମାଆ ଶ୍ୟାମାକାଳୀଙ୍କ ପୂଜା ଅବସରରେ ସ୍ବତନ୍ତ୍ର ଷ୍ଟଲ ଖୋଲାଯାଇଛି । ବିଭିନ୍ନ ଦିବସରେ ମହିଷାସୁର ଦରବାରରେ ରାଜ ଅତିଥି ରୂପେ କଣ୍ଟାମାଳ ଓ ବୌଦ୍ଧ ଅଞ୍ଚଳର ବହୁ ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ, କଳାକାର ପ୍ରମୁଖ ଯୋଗ ଦେଇଥିଲେ । ଏହି ମହିଷାସୁର ଦରବାରରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମହିଷାସୁର ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ମହାରାଜା ନିର୍ଦ୍ଦେଶ ଦେଇଥିଲେ । ୬ ଦିନ ଧରି ଚାଲିଥିବା ଏହି ମହିଷାସୁର ଦରବାର ଗୁରୁବାର ଉଦଯାପିତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.