ETV Bharat / state

ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ

author img

By

Published : Jul 8, 2021, 7:14 PM IST

ବୌଦ୍ଧସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ନେତ୍ରୋତ୍ସବରେ ଦେବେ ନବଯୌବନ ଦର୍ଶନ । ଦଶମୂଳ ପାଚନ ସେବନ ପରେ ସୁସ୍ଥ ହେଉଛନ୍ତି ବଡଠାକୁର । ଅଧିକ ପଢନ୍ତୁ...

ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ
ଉପଚାର ପରେ ସୁସ୍ଥ ହେଉଛନ୍ତି ବଡଠାକୁର, ଶୁକ୍ରବାର ଦେବେ ଦର୍ଶନ

ବୌଦ୍ଧ: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ପୀଡ଼ିତ ମହାପ୍ରଭୁ ଉପଚାର ପରେ ସୁସ୍ଥ ହେବାରେ ଲାଗିଛନ୍ତି । ବୌଦ୍ଧର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଆସନ୍ତାକାଲି(ଶୁକ୍ରବାର) ନବଯୌବନ ଦର୍ଶନ ଦେବେ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ।

ଦଶମୂଳ ପାଚନ ସେବନ ପରେ ସୁସ୍ଥ ହେଉଛନ୍ତି ବଡଠାକୁର । ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧା ବିଗ୍ରହ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ଗୁପ୍ତ ରୀତିନୀତି ଅନୁସାରେ ପୂଜା ପାଉଥିଲେ । ବୌଦ୍ଧର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଅଣସର ଘରେ ଜ୍ବରରେ ଥିବା ହେତୁ ପଟ୍ଟି ଦିଅଁଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ସହ ଦଶମୂଳ ପାଚନ ଉପଚାର କରାଯାଉଥିଲା । ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ସମେତ ଦଶାବତାର ସାମଗ୍ରୀ ଚିତ୍ରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ଶୁକ୍ରବାର ବିଗ୍ରହ ନେତ୍ରୋତ୍ସବରେ ନବଯୌବନ ଦର୍ଶନ ଦେବେ ।

ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଗୁଣ୍ଡିଚା ଯାତ୍ରା କେବଳ ମନ୍ଦିର ପରିସରରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ । ସେପଟେ ଏହି ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏକ କୋଟି ଟଙ୍କାରେ ଅନେକ ବିକାଶମୂଳକ କାର୍ଯ୍ୟ ସହିତ ମନ୍ଦିର ସଂଲଗ୍ନ ଜରିଖଣ୍ଡି ବା ଗଡଖାଇର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.