ETV Bharat / state

ପ୍ରଥମଥର ପାଇଁ ବୌଦ୍ଧର ମହାନଦୀରେ ଅନୁଷ୍ଠିତ ହେଲା ମହାଆଳତୀ - ମହାନଦୀjs ଅନୁଷ୍ଠିତ ମହାଆଳତୀ

ପ୍ରଥମଥର ପାଇଁ ଅନୁଷ୍ଠିତ ହେଲା ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ । ପବିତ୍ର ମାଘ ସପ୍ତମୀ ର ସଂଧ୍ୟାରେ ମହାନଦୀ କୂଳରେ ଅବସ୍ଥିତ ଐତିହାସିକ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେଲା ମହାନଦୀ ଆଳତୀ । ଅଧିକ ପଢନ୍ତୁ

mahaalati ritual
mahaalati ritual
author img

By

Published : Jan 28, 2023, 9:30 PM IST

mahaalati ritual

ବୌଦ୍ଧ: ମହାନଦୀରେ ଅନୁଷ୍ଠିତ ହେଲା ମହାଆଳତୀ । ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ ବୌଦ୍ଧ ଜିଲ୍ଲାରେ ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟର ରୁ ଉର୍ଦ୍ଧ୍ବ ପ୍ରବାହିତ ହେଉଛି । ତେବେ ମହାନଦୀ ଦିନକୁ ଦିନ ଶୁଖିଯାଉଥିବା ବେଳେ ନଦୀ ଶଯ୍ୟା ଦୂଷିତ ହେବା ସହିତ ପୋତି ହୋଇପଡୁଛି । ତେବେ ମହାନଦୀ ର ସୁରକ୍ଷା ତଥା ଏହାର ଐତିହ୍ୟ କୁ ସ୍ମରଣ ପାଇଁ ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମହାନଦୀ ରେ ମହାଆଳତୀ ।

ବୌଦ୍ଧ ଜିଲ୍ଲା ସଦର ମହକୁମା ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ମହାନଦୀର ଘାଟ ଚିର ଘାଟ ଭାବରେ ପରିଚିତ। ଏନେଇ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ବିଭିନ୍ନ ସଂଗଠନ ତଥା ସମାଜ ପକ୍ଷରୁ ଏହି ମହାଆଳତୀ ର ଆୟୋଜନ କରାଯାଇଛି । ଏହି ପୀଠ ସମ୍ପର୍କରେ ବିଭିନ୍ନ ପୌରାଣିକ କାବ୍ୟକବିତା ରେ ବର୍ଣ୍ଣନା ଥିବା ବେଳେ ଏହି ଘାଟର ଉନ୍ନତି ପାଇଁ 1936 ମସିହାରେ ବୌଦ୍ଧ ଗଡଜାତର ଶେଷ ରାଜା ନାରାୟଣ ପ୍ରସାଦ ଦେବ ଓ ଦେଓ୍ବାନ ସଦାନନ୍ଦ ରାୟ ଖୁବ ପ୍ରଚେଷ୍ଟା କରିଥିଲେ । ତେବେ ଦୀର୍ଘ ବର୍ଷ ହେଲା ଏଠାରେ ମହାନଦୀ ଆଳତୀ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆଜି ପବିତ୍ର ମାଘ ସପ୍ତମୀ ର ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଚିରଘାଟ ର ଏହି ପବିତ୍ର ପୀଠରେ ଏକତ୍ରିତ ହୋଇ 108 ମହାନଦୀ ଆଳତୀ ହୋଇଛି । ଏଭଳି ଐତିହାସିକ ମୂହୁର୍ତ୍ତରେ ଭାଗନେବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ଆଜି ମାଘ ସପ୍ତମୀ ହୋଇଥିବା ବେଳେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଆଜି ଜନ୍ମ ଦିନ । ଏହି ପବିତ୍ର ତିଳ ସପ୍ତମୀ ପାଇଁ ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ କୂଳରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତିଳ ସପ୍ତମୀ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ବୁଡ ପକାଇଥିଲେ । ଓଡ଼ିଶାରେ ମହାନଦୀ ସର୍ବାଧିକ ପଥ ଅତିକ୍ରମ କରିଥିବା ବୌଦ୍ଧ ଜିଲ୍ଲାରେ ଆଜି ତିଳ ସପ୍ତମୀ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମହାନଦୀ କୂଳରେ ପହଞ୍ଚି ଥିଲେ । ମହାନଦୀରେ ବୁଡ ପକାଇ ଦେବ ଦର୍ଶନ ସହିତ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଆବାହନ କରି ଦର୍ଶନ କରିଥିଲେ । ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବା ବେଳେ ଆଜି ତିଳ ସପ୍ତମୀ ପାଇଁ ମହାନଦୀ କୂଳରେ ଥିବା ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ସେହିପରି କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ବୁଡ ପକାଇବା ପାଇଁ ବାରଣ କରାଯାଇଥିଲା । ତେବେ କୋରୋନାର ପ୍ରାଦୁର୍ଭାବ କମିବା ପରେ ଚଳିତ ବର୍ଷ ସମସ୍ତ ପବିତ୍ର ନଦୀରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ପବିତ୍ର ମାଘ ସପ୍ତମୀରେ ବୁଡ ପକାଇ ସୂର୍ଯ୍ୟ ଦର୍ଶନ କରିଲେ ସମସ୍ତ ପାପ କ୍ଷୟ ହୁଏ ବୋଲି କୁହାଯାଏ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.