ETV Bharat / state

ମାଫିଆଙ୍କ କବଜାରେ ବାଲିଘାଟ, ରାଜସ୍ୱ କର୍ମଚାରୀଙ୍କ ପକେଟ ହେଉଛି ଫୁଲ୍‌

author img

By

Published : Oct 8, 2020, 2:14 PM IST

ମାଫିଆଙ୍କ କବଜାରେ ବାଲିଘାଟ । ବିନା ସରକାରୀ ଟିକସରେ ବର୍ଷ ବର୍ଷ ଧରି ନଦୀପଠାରେ ଚାଲିଛି ଗୁଣ୍ଡାରାଜ । ନିର୍ଦ୍ଦିଷ୍ଟ କେତୋଟି ବାଲିଘାଟକୁ ଛାଡିଦେଲେ ଜିଲ୍ଲାର ଅଧିକାଂଶ ବାଲିଘାଟର ସମାନ ଅବସ୍ଥା । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ରାଜସ୍ବ ବିଭାଗର ନିର୍ଦ୍ଦିଷ୍ଟ ଦୁର୍ନୀତିଖୋର କର୍ମଚାରୀଙ୍କ ସହଯୋଗରେ ଚାଲିଛି ସରକାରୀ ଖଜଣାର ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ମାଫିଆଙ୍କ କବଜାରେ ବାଲିଘାଟ,
ମାଫିଆଙ୍କ କବଜାରେ ବାଲିଘାଟ,

ବୌଦ୍ଧ: ମାଫିଆଙ୍କ କବଜାରେ ବାଲିଘାଟ । ବିନା ସରକାରୀ ଟିକସରେ ବର୍ଷ ବର୍ଷ ଧରି ନଦୀପଠାରେ ଚାଲିଛି ଗୁଣ୍ଡାରାଜ । ନିର୍ଦ୍ଦିଷ୍ଟ କେତୋଟି ବାଲିଘାଟକୁ ଛାଡିଦେଲେ ଜିଲ୍ଲାର ଅଧିକାଂଶ ବାଲିଘାଟର ସମାନ ଅବସ୍ଥା । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ମାଫିଆଙ୍କ କବଜାରେ ବାଲିଘାଟ, ରାଜସ୍ୱ କର୍ମଚାରୀଙ୍କ ପକେଟ ହେଉଛି ଫୁଲ d

ରାଜସ୍ବ ବିଭାଗର ନିର୍ଦ୍ଦିଷ୍ଟ ଦୁର୍ନୀତିଖୋର କର୍ମଚାରୀଙ୍କ ସହଯୋଗରେ ଚାଲିଛି ସରକାରୀ ଖଜଣାର ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନାମୁତାବକ, ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲର ଅଧିନରେ ଅନେକ ବାଲିଘାଟ ରହିଛି । ବୌଦ୍ଧ ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ବାଘନଦୀ ଓ ସାଲୁଙ୍କୀ ନଦୀ ସହିତ ଛୋଟ ଛୋଟ ପାହାଡି ନାଳ ଝରଣା ବୋହି ଯାଇଛି । ତେବେ ଜିଲ୍ଲାର ତିନି ତହସିଲ ମଧ୍ୟରୁ କିଛି ନିର୍ଦ୍ଦିଷ୍ଟ ବାଲିଘାଟକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜସ୍ବ କର୍ମଚାରୀଙ୍କ ଜ୍ଞାତସାରରେ ଏପରିକି ଚାଲିଥିବା ଅଭିଯୋଗ ହୋଇଛି । କେହି ଅଭିଯୋଗ କଲେ ମାଫିଆଙ୍କ ଆକ୍ରୋଶର ଶୀକାର ହେବାକୁ ପଡୁଛି ।

ବର୍ତ୍ତମାନ ଦୀର୍ଘ ବର୍ଷର ବ୍ୟବଧାନ ପରେ ହରଭଙ୍ଗା ବାଲିଘାଟକୁ ନିଲାମ କରାଯାଇଥିବା ବେଳେ ଆହୁରି ଅନେକ ବାଲିଘାଟ ଏବେବି ମୁକୁଳା ପଡିଛି । ସରକାରଙ୍କ ଲଘୁ ଖଣିଜ ସମ୍ପଦ ଭାବରେ ପରିଚିତ ବାଲିଘାଟରୁ ସଂଗୃହୀତ ଅର୍ଥ ସରକାରୀ ତହବିଲ ବଦଳରେ ବାଲି ମାଫିଆ ଓ ରାଜସ୍ବ କର୍ମଚାରୀଙ୍କ ରାଜ ଚାଲିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.