ETV Bharat / state

ଶନିବାରଠାରୁ ଦେବୀ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ , ଗୁପ୍ତ ରୀତିନୀତିରେ ଚାଲିଛି ପୂଜା

ଶନିବାରଠାରୁ ବୌଦ୍ଧର ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ଦର୍ଶନ ପାଇବା ଶ୍ରଦ୍ଧାଳୁ । ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବାରୁ ମାଆଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Etv Bharaଶନିବାରଠାରୁ ଦେବୀ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ , ଗୁପ୍ତ ରୀତିନୀତିରେ ଚାଲିଛି ପୂଜାt
Etv Bharatଶନିବାରଠାରୁ ଦେବୀ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ , ଗୁପ୍ତ ରୀତିନୀତିରେ ଚାଲିଛି ପୂଜା
author img

By ETV Bharat Odisha Team

Published : Oct 20, 2023, 11:36 AM IST

Updated : Oct 20, 2023, 2:06 PM IST

ଶନିବାରଠାରୁ ଦେବୀ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ବୌଦ୍ଧ: ଶନିବାରଠାରୁ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ମାଆ ଭୈରବୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ଷୋହଳପୂଜା ଅତ୍ୟନ୍ତ ନିଷ୍ଠା ତଥା ଗୋପନୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ବେଳେ ଶନିବାରଠାରୁ ଦେବୀ ଭୈରବୀଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି ।

ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ତଥା ବୌଦ୍ଧ ଜିଲ୍ଲାରେ ଅବସ୍ଥିିତ ମାଆ ଭୈରବୀ ପୀଠରେ ଶାରଦୀୟ ଷୋହଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଜାରି ରହିଛି । ପୁଅ ଜିଉନ୍ତିଆର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଦେବୀ ଭୈରବୀଙ୍କ ଗୁପ୍ତ ଷୋଳପୂଜା ଜାରି ରହିଥିବା ବେଳେ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ମାଆ ଭୈରବୀଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି । ଆସନ୍ତା କାଲିଠୁ ଅର୍ଥାତ ଶନିବାର ଦିନ ମହାଷ୍ଟମୀର ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାଆ ଭୈରବୀଙ୍କ ଦର୍ଶନ ପାଇପାରିବେ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ..ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ

ପ୍ରାୟ ସମସ୍ତ ଶକ୍ତି ପୀଠରେ ଦେବୀ ଦର୍ଶନ ସାମାନ୍ୟ ରହୁଥିବା ବେଳେ ଭୈରବୀଙ୍କ ପୀଠରେ କିନ୍ତୁ ଏଥିରେ ଭିନ୍ନତା ରହିଆସିଛି । ମାଆ ଭୈରବୀଙ୍କ ନିକଟରେ ଷୋହଳପୂଜା ଅତ୍ୟନ୍ତ ଗୋପନୀୟ ଭାବରେ ତଥା ନିଷ୍ଠାର ସହିତ ଅନୁଷ୍ଠିତ ହୋଇଥାଏ । ଦେବୀ ଭୈରବୀଙ୍କ ମୂଳପୀଠ ଅର୍ଗଳିଆଠାରେ ସେବାୟତମାନେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ଜିଆକଟା ବିଜେସ୍ଥଳୀଠାରେ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ..Durga Puja Special: ବୁଢୀ ଠାକୁରାଣୀଙ୍କ ପୂଜା ଆରମ୍ଭ କରିଥିଲେ ଡେରା ସମ୍ପ୍ରଦାୟ, ସ୍ବପ୍ନାଦେଶ ପାଇ ଗଢି ଉଠିଥିଲା ସିଦ୍ଧଭୈରବୀ ପୀଠ

ଏହି ଅବସରରେ ସାଧାରଣ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଓ ଦେବୀ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଥିବା ସାହାଡା ବୃକ୍ଷ ମୂଳରେ ଥିବା ଦେବୀ ଭୈରବୀଙ୍କ ପ୍ରତୀକାତ୍ମକ ପୀଠରେ ପୂଜାର୍ଚ୍ଚନା କରି ଦେବୀଙ୍କ କୃପା ଲାଭ କରୁଛନ୍ତି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦେବୀ ଭୈରବୀଙ୍କ ପୀଠରେ ଚାଲିଥିବା ଏହି ଗୁପ୍ତ ରୀତିନୀତିର ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହେବା ସହିତ ସାଧାରଣ ଭକ୍ତ ଶ୍ରଦ୍ଧାଳୁମାନେ ଦେବୀ ଭୈରବୀଙ୍କ ଦର୍ଶନ କରିପାରିବେ ବୋଲି ସେବାୟତ ସୂଚନା ଦେଇଛନ୍ତି ।

ସେପଟେ ବୌଦ୍ଧର ମାଳିସାହିର ଦେବୀ ଦୁର୍ଗାଙ୍କ ଘଟ ପ୍ରତ୍ୟେକ ଦିନ ସଂଧ୍ୟାରେ ସହରର ବିଭିନ୍ନ ବସ୍ତିରେ ପରିକ୍ରମା କରୁଛି । ଯେଉଁଥିପାଇଁ ବୌଦ୍ଧ ସହରରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 20, 2023, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.