ବୌଦ୍ଧ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣରେ ବ୍ୟାପକ ଅନିୟମିତତା। ନିମ୍ନମାନର ରାସ୍ତା କାମ ପାଇଁ ରସ୍ତାରୁ ଫଡା ଫଡା ହୋଇ ଉଠୁଛି ପିଚୁ। କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଛି ସତ ଦେଲେ ତାହା ଅତ୍ୟନ୍ତ ନିମ୍ନମାନର। ଏପରି ଅନିୟମିତତା ଦେଖା ଦେଇଛି ବୌଦ୍ଧ ଜିଲ୍ଲା ଆରଡି ବିଭାଗ ଅଧିନ ହରଭଙ୍ଗା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା।
ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଛି। ହେଲେ ତାହା ଅତ୍ୟନ୍ତ ନିମ୍ନମାନର। ରାସ୍ତା କାମରେ ଭାଗ ମାପରେ ଜାଣିଶୁଣି ଘୋଟାଲା ହୋଉଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା କାମର ମାତ୍ର ଦିନ କେତେଟା ଭିତରେ ରାସ୍ତାରୁ ଫଡା ଫଡା ହୋଇ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ଏପରି କର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି।
ଖାଲି ରାସ୍ତା କାମ ନୁହେଁ ବିଜୁ ପକ୍କା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଅଭିଯୋଗ କରୁଥିବା ସଚେତନ ନାଗରିକଙ୍କୁ ହତ୍ୟା ଧମକ ଦିଆଯାଉଛି। ତେବେ ନିମ୍ନମାନର ରାସ୍ତା କାମ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ବୌଦ୍ଧବାସୀ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ