ବୈଦ୍ଧ:ବିନା ଭକ୍ତ ଓ ସିମୀତ ସେବାୟତଙ୍କୁ ନେଇ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ଚଳିତ ବର୍ଷର ଘୋଷଯାତ୍ରା । ବୁଧବାର ଶେଷ ଦିନରେ ଠାକୁରଙ୍କୁ ଚକାଛଡା ଭୋଗ ପରେ ମନ୍ଦିର ବେଢା ପରିକ୍ରମା କରାଯାଇ ଗର୍ଭଗୃହକୁ ନିଆଯାଇଥିଲା ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ତହସିଲଦାର ପ୍ରମୁଖ କଟକଣାର ତଦାରଖ କରିଥିଲେ । ରାତିରେ ଲକ୍ଷ୍ମୀ ନାରାୟଣ ଭେଟ ପରେ ଠାକୁରଙ୍କୁ ମନ୍ଦିର ଗର୍ଭ ଗୃହରେ ଆରୁଢ କରାଯାଇଥିଲା ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ