ETV Bharat / state

ଅଧାରେ ରହିଛି ବଲାଙ୍ଗୀର-ବୌଦ୍ଧକୁ ଜୋଡୁଥିବା ସମ୍ପର୍କର ସେତୁ - ଅଟକିଛି ଆପ୍ରୋଚ ରୋଡ କାମ

କଣ୍ଟାମାଳର ତେଲନଦୀ ସେତୁର ନିର୍ମାଣ ସରିଛି । ହେଲେ ଜମି ଅଧିଗ୍ରହଣ ନହେବାରୁ ଅଧାରେ ଅଟକିଛି ଆପ୍ରୋଚ ରୋଡ କାମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 15, 2019, 3:51 PM IST

Updated : Oct 15, 2019, 4:06 PM IST

ବୌଦ୍ଧ: ବଲାଙ୍ଗୀର-ବୌଦ୍ଧ ଦୁଇ ଜିଲ୍ଲା ମଧ୍ୟରେ ସମ୍ପର୍କର ସେତୁ ଭାବେ ହେବାକୁ ଥିବା କଣ୍ଟାମାଳର ତେଲନଦୀ ସେତୁର ନିର୍ମାଣ ସରିଛି । ହେଲେ ଜମି ଅଧିଗ୍ରହଣ ନହେବାରୁ ଅଧାରେ ଅଟକିଛି ଆପ୍ରୋଚ ରୋଡ କାମ । ବହୁ ପ୍ରତୀକ୍ଷିତ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ସରିବାର ଚାରି ବର୍ଷ ବିତିଗଲାଣି । ହେଲେ ବ୍ରିଜ ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ନିମନ୍ତେ ଜମି ଅଧିଗ୍ରହଣ ହୋଇ ପାରୁ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରିଜ ।

ବଲାଙ୍ଗୀର-ବୌଦ୍ଧକୁ ଜୋଡୁଥିବା ସମ୍ପର୍କର ସେତୁ

କଣ୍ଟାମାଳ ନିକଟସ୍ଥ ଟିକ୍ରାପଡା ଘାଟ ନିକଟରେ ନିର୍ମିତ ଏହି ସେତୁ ସିଧାସଳଖ ବୌଦ୍ଧର କଣ୍ଟାମାଳ ଓ ବଲାଙ୍ଗୀର ଜିଲ୍ଲାର ତରଭା ସହରକୁ ଯୋଡିବ । ମାତ୍ର ଦୀର୍ଘଦିନ ହେଲା କଣ୍ଟାମାଳର ତେଲନଦୀ ସେତୁ ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ ହୋଇ ନପାରିବାରୁ ଆଶା ଆଶଙ୍କାରେ ଅଞ୍ଚଳବାସୀ ।

ପ୍ରାୟ ଅଧା କିଲୋମିଟର ବିଶିଷ୍ଟ ତଥା କୋଡିଏ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଦୁଇ ପାର୍ଶ୍ଵରେ ଜମି ଅଧିଗ୍ରହଣ ହୋଇ ନଥିବାରୁ ରାସ୍ତା ନିର୍ମାଣ ନେଇ ସମସ୍ୟା ଉପୁଜିଛି । ତେବେ ଏହି ବ୍ରିଜ କାର୍ଯ୍ୟକାରୀ ହେଲେ ପ୍ରାୟ 50 କିଲୋମିଟର ବୁଲାଣି ରାସ୍ତାରୁ ଲୋକେ ମୁକ୍ତି ପାଇବେ ।

କିନ୍ତୁ ଦୀର୍ଘବର୍ଷ ହେଲା ଏହି ପ୍ରକ୍ରିୟା ଜାରି ଥିବାରୁ ଅଞ୍ଚଳବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ତୁରନ୍ତ ଏହି କାର୍ଯ୍ୟ ସମାପନ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବହୁ ପ୍ରତୀକ୍ଷିତ ବ୍ରିଜ ନିର୍ମାଣ କାର୍ଯ୍ୟ ସରିବାର ଚାରି ବର୍ଷ ବିତିଗଲାଣି ।ହେଲେ ବ୍ରିଜ ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ନିମନ୍ତେ ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରିଜ ।
ଦୁଇଟି ଜିଲ୍ଲାର ସମ୍ପର୍କର ସେତୁ ହେବାକୁ ଥିବା କଣ୍ଟାମାଳ ର ତେଲନଦୀ ସେତୁ ଦୀର୍ଘଦିନ ହେଲା ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ ହୋଇ ନପାରିବା ଫଳରେ ଆଶା ଆଶଙ୍କା ରେ ଅଞ୍ଚଳବାସୀ ।ପ୍ରାୟ ଅଧା କିଲୋମିଟର ବିଶିଷ୍ଟ ତଥା କୋଡିଏ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଦୁଇ ପାର୍ଶ୍ଵରେ ଜମି ଅଧିଗ୍ରହଣ ହୋଇ ନଥିବାରୁ ରାସ୍ତା ନିର୍ମାଣ ନେଇ ସମସ୍ୟା ଦେଖାଦେଇଛି ।କଣ୍ଟାମାଳ ନିକଟସ୍ଥ ଟିକ୍ରାପଡା ଘାଟ ନିକଟରେ ନିର୍ମିତ ଏହି ସେତୁ ସିଧାସଳଖ କଣ୍ଟାମାଳ ଓ ତରଭା ସହରକୁ ଯୋଡିବ ।ଫଳରେ ପ୍ରାୟ ପଚାଶ କିଲୋମିଟର ବୁଲାଣି ରାସ୍ତାରୁ ଲୋକେ ମୁକ୍ତି ପାଇବେ ।କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ପ୍ରକ୍ରିୟା ଜାରି ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଅନ୍ୟ ପକ୍ଷରେ ତୁରନ୍ତ ଏହି କାର୍ଯ୍ୟ ସମାପନ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂଚନା ଦେଇଛନ୍ତି ।

Body:ସେତୁ ନିର୍ମାଣ ସରିଛି, ହେଲେ ଜମି ଅଧିଗ୍ରହଣ ନହେବାରୁ ଅଧାରେ ଅଟକିଛି ଆପ୍ରୋଚ ରୋଡ କାମ ।

Conclusion:ବାଇଟ-୧-ନୀଳ ବଘାର, ଟିକ୍ରାପଡା ବାସୀ
ବାଇଟ-୨-ସମ୍ବାରୁ ମେହେର, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Oct 15, 2019, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.