ETV Bharat / state

ଚେକଡ୍ୟାମ୍ ନିର୍ମାଣ ଯୋଗୁଁ ଉପୁଜୁଛି ସମସ୍ୟା, ଅସନ୍ତୋଷ ଗ୍ରାମବାସୀ

ଚେକଡ୍ୟାମ ନିର୍ମାଣ କାର୍ଯ୍ୟଶୈଳୀକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି। 80 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ନିର୍ମିତ ହେଉଥିବା ଏହି ଡ଼୍ୟାମ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥିବା କୁହାଯାଉଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 25, 2023, 7:57 PM IST

ଚେକଡ୍ୟାମ ନିର୍ମାଣକୁ ବିରୋଧ
ଚେକଡ୍ୟାମ ନିର୍ମାଣକୁ ବିରୋଧ
ଚେକଡ୍ୟାମ ନିର୍ମାଣକୁ ବିରୋଧ

ବୌଦ୍ଧ: ଚେକଡ୍ୟାମ୍ ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚେକଡ୍ୟାମ ନିର୍ମାଣ କାର୍ଯ୍ୟଶୈଳୀକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି। ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ଏହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ପ୍ରାୟ 80 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ନିର୍ମିତ ହେଉଥିବା ଏହି ଚେକଡ୍ୟାମକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଏହା ସ୍ଥାନୀୟ ଚାଷୀମାନଙ୍କ କୌଣସି କାର୍ଯ୍ୟରେ ଆସିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

"ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନାଳରେ 3ଟି ଚେକଡ୍ୟାମ୍ କାହିଁକି ନିର୍ମାଣ କରାଯାଉଛି?" ସେନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାମଯାଇ ନାଳ ପ୍ରବାହିତ ହେଉଛି । ଏଠାରେ ସରସରା ପଞ୍ଚାୟତ ଅନ୍ତର୍ଗତ ବାଗବର ଗ୍ରାମରେ ନିର୍ମାଣ ହେଉଛି ଚେକ୍‌ଡ୍ୟାମ । କ୍ଷୁଦ୍ର ଜଳସେଚନ ବିଭାଗ ଏହି ଚେକ୍‌ଡ୍ୟାମ ସହିତ ଅନ୍ୟ 2ଟି ଡ୍ୟାମର ତଳ ଓ ଉପର ମୁଣ୍ଡରେ ମଧ୍ୟ ନିର୍ମାଣ କାର୍ଯ୍ୟ ହେଉଛି । ତେବେ ଏହି ଚେକଡ୍ୟାମ୍ କାହିଁକି ଓ କାହା ସ୍ବାର୍ଥରେ ନିର୍ମାଣ ହେଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ବାଗବର ଗ୍ରାମବାସୀ ।

80 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ନିର୍ମିତ ହେଉଥିବା ଏହି ଡ଼୍ୟାମ୍‌ ଚଳିତ ମାସ ବନ୍ୟା ପାଣିରେ ଦୁଇ ପଟରେ ମାଟି ଧୋଇ ନେଇଛି । ଏହାଛଡା ପାଣିର ସ୍ରୋତ ଯୋଗୁଁ ମାଉଳିସିଙ୍ଗାଠାରୁ କାଲେଶ୍ବର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ ଧୋଇ ନେଇଛି । ସେପଟେ ଚେକଡ୍ୟାମ୍ ନିର୍ମାଣ ଦ୍ବାରା ଅଞ୍ଚଳରେ ଜଳସେଚନର ସୁବିଧା ନହୋଇ ବରଂ ଗ୍ରାମବାସୀଙ୍କ ପାଇଁ ଦୁଃଖ ବଢାଇଦେବ ବୋଲି ଅଭିଯୋଗ ହୋଇଛି । କେବଳ ଠିକାଦାର ପୋଷା ନୀତିରେ ଏହି ଡ଼୍ୟାମ ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଗ୍ରାମରେ ଦୂଷିତ ପାଣି ନିଷ୍କାସନ ପାଇଁ ଆଉ ବାଟ ନଥିବାବେଳେ ଉକ୍ତ ନାଳ ଉପରେ ଭରସା କରି ଚଳୁଥିବା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ରେଳପଥ ନିର୍ମାଣ ପୂର୍ବରୁ ଚାଷୀ ଅସନ୍ତୋଷ, ବର୍ଷା ପାଣିରେ ବୁଡି ରହିଛି ଚାଷ ଜମି
ଏନେଇ ଆଜି ଚେକଡ୍ୟାମ୍‌ ନିର୍ମାଣ ହେଉଥିବା ଅଞ୍ଚଳରେ ତୀବ୍ର ବିରୋଧ ପରିଲକ୍ଷିତ ହୋଇଥିଲା । ଡ୍ୟାମର ନିର୍ମାଣ କାର୍ଯ୍ୟର ମାନ ଓ ଏହାର ଶୈଳୀକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏନେଇ ଗ୍ରାମବାସୀ କହିଛନ୍ତି, ଲୋକଙ୍କ ଦ୍ବାରା ବ୍ୟବହାର କରାଯାଉଥିବା କୂଅଟି ମଧ୍ୟ ପୋତି ହେବାକୁ ବସିଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ।" ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.