ETV Bharat / state

ପର୍ଯ୍ୟଟନସ୍ଥଳ ଖଣ୍ଡିକନପା: ଜମୁଛି ପର୍ଯ୍ୟଟକଙ୍କ ଭିଡ, ନାହିଁ ମୌଳିକ ସୁବିଧା - ଖଣ୍ଡିକନପାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୌଦ୍ଧ ଜିଲ୍ଲାର ଶଗଡ଼ା ପଞ୍ଚାୟତରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖଣ୍ଡିକନପାରେ ଭିଡ଼ ଦେଖିବାକୁ ମିଳିଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ପାଇଁ ହୋଇଛି ଦାବି । ଅଧିକ ପଢନ୍ତୁ

ଖଣ୍ଡିକନପାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ଦାବି

author img

By

Published : Dec 23, 2021, 3:47 PM IST

Updated : Dec 23, 2021, 3:58 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ ଖଣ୍ଡିକନପା । ଏଠାରେ ନୂଆବର୍ଷ ପୂର୍ବରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ତେବେ ଏଠାକୁ ରାସ୍ତା ସହିତ ପର୍ଯ୍ୟଟକଙ୍କ ରହଣି ଆଦି ଲାଗି ବ୍ୟବସ୍ଥା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ଖଣ୍ଡିକନପାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ଦାବି
ଖଣ୍ଡିକନପାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ଦାବି

ଜିଲ୍ଲାର ୨୨ଟି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଭଳି ଏକ ସ୍ଥାନ ହେଲା ଶଗଡା ପଞ୍ଚାୟତ ନିକଟରେ ଅବସ୍ଥିତ ଖଣ୍ଡିକନପା । ଏହି ସ୍ଥାନରେ ବାଘନଦୀ ବାଘଭଳି ଗର୍ଜନ କରି ପ୍ରବାହିତ ହେଉଥିଲେ ମଧ୍ୟ ଏଠାକାର ପରିବେଶ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ । ବିଭିନ୍ନ ଦୁର୍ଲଭ ବୃକ୍ଷରାଜିରେ ପରିପୂର୍ଣ୍ଣ ଜଙ୍ଗଲ ସହିତ ଶାନ୍ତ ଶୀତଳ ପରିବେଶ ବଣଭୋଜି ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।

ପର୍ଯ୍ୟଟନସ୍ଥଳ ଖଣ୍ଡିକନପା: ଜମୁଛି ପର୍ଯ୍ୟଟକଙ୍କ ଭିଡ, ନାହିଁ ମୌଳିକ ସୁବିଧା

ବାଘନଦୀର ଅପର ପାର୍ଶ୍ଵରେ ଗୁପ୍ତେଶ୍ବର ନାମରେ ଏକ ଶୈବପୀଠ ରହିଥିବାବେଳେ ସେଠାକୁ ପହଞ୍ଚିବା ପାଇଁ ନଦୀ ଉପରେ ଏକ କାଠପୋଲ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ନିର୍ମାଣ ହୋଇଥାଏ । ଏହି କାଠପୋଲ ଅନେକ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ । ନୂଆବର୍ଷ ଆସୁଥିବାରୁ ବର୍ତ୍ତମାନ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ତଥା ବଣଭୋଜି ପାଇଁ ପରିବାର ଭିଡ଼ ଜମାଉଛନ୍ତି ।

ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ କିନ୍ତୁ ଭଲ ରାସ୍ତା ଖଣ୍ଡେ ନାହିଁ । ଏହାସହିତ ପର୍ଯ୍ୟଟକଙ୍କ ରହିବା ତଥା ଶୌଚାଳୟର ମଧ୍ୟ ଆଦୌ ବ୍ୟବସ୍ଥା ନଥିବାରୁ ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Dec 23, 2021, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.