ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ କିଡନୀ ରୋଗ । ଜିଲ୍ଲାର ବିଭିନ୍ନ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଥିବା ବେଳେ କିଡନୀ ମହାମାରୀ ନେଇ ଇଟିଭି ଭାରତରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଅନେକ ଗାଁ ଓ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଥିବା ବେଳେ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି । କେବଳ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଶହ ଶହ ଲୋକ କିଡନୀ ଜନିତ ରୋଗରେ ମୃତ୍ୟୁ କରିସାରିଥିବା ବେଳେ ଏବେ ଅନେକ ରୋଗୀ ମୃତ୍ୟୁ ଶଯ୍ୟାରେ ପଡିଛନ୍ତି ।
ଏଥିପାଇଁ ପାନୀୟଜଳକୁ ସମ୍ଭାବନା ଦୃଷ୍ଟିରୁ ଦାୟୀ କରାଯାଇଛି । ସେପଟେ ହରଭଙ୍ଗା ଭଳି ବୌଦ୍ଧ ଓ କଣ୍ଟାମାଳ ବ୍କକର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ କିଡନୀ ରୋଗ ମହାମାରୀର ରୂପ ଧାରଣ କରିଛି । ଏହି ମହାମାରୀ କୁନେଇ ଖୋଦ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ଗଭୀର ଉଦବେଗ ପ୍ରକାଶ ସହିତ ଏନେଇ ପୂର୍ବରୁ ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ । ଜିଲ୍ଲାରେ କିଡନୀ ରୋଗକୁ ନେଇ କଣ୍ଟାମାଳ ବିଧାୟକ ଈଟିଭି ଭାରତ ସହିତ ଅଧିକ ଆଲୋଚନା କରିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ