ETV Bharat / state

ଭୂମିହୀନଙ୍କୁ ମିଳିବ ଜଙ୍ଗଲ ଜମି ଓ ବସୁନ୍ଧରା ପଟ୍ଟା

author img

By

Published : Nov 28, 2021, 10:30 PM IST

ବୌଦ୍ଧ ଜିଲ୍ଲାରେ ଭୂମିହୀନ ପ୍ରଜାଙ୍କୁ ମଧ୍ୟ ଚିହ୍ନଟ କରାଯାଇ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

landless forest dwellers get
Forest land document; ଜମିଭୂମି ହୀନପ୍ରଜାଙ୍କୁ ମିଳିବ ଜଙ୍ଗଲ ଜମି ଓ ବସୁନ୍ଧରା ପଟ୍ଟା

ବୌଦ୍ଧ: ଜଙ୍ଗଲରେ ଦୀର୍ଘ ବର୍ଷରୁ ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ଭୂମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରାଯାଉଛି । ବୌଦ୍ଧ ଜିଲ୍ଲାରେ ଭୂମିହୀନ ପ୍ରଜାଙ୍କୁ ମଧ୍ୟ ଚିହ୍ନଟ କରାଯାଇ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଆରମ୍ଭ ହୋଇଛି ।

ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ପିଢ଼ି ପରେ ପିଢ଼ି ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ଏଣିକି ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରାଯାଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜମିରେ ବସବାସ କରୁଥିବା ଗରିବ ପ୍ରଜାଙ୍କୁ ରାଜସ୍ବ ବିଭାଗ ଚିହ୍ନଟ କରି ପଟ୍ଟା ପ୍ରଦାନର ବ୍ୟବସ୍ଥା ଆରମ୍ଭ କରିଛି । ଶୁକ୍ରବାର ଦିନ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବଘିଆପଡା ରାଜସ୍ବ ଅଧିନରେ ଥିବା ପାଞ୍ଚଟି ଗ୍ରାମର 86 ଜଣ ଜମି ଭୂମି ହୀନ ପ୍ରଜାଙ୍କୁ FRA ଯୋଜନାରେ ପଟ୍ଟା ପ୍ରଦାନ କରାଯାଇଥିଲା । ସେହିପରି ଶନିବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଁଶୁଣୀ ରାଜସ୍ବ ମଣ୍ଡଳର 19 ଜଣ ହିତାଧିକାରୀଙ୍କୁ FRA ଯୋଜନାର ପଟ୍ଟା ବଣ୍ଟନ କରାଯାଇଥିଲା ।

ସେହିପରି ଜମିଭୂମି ହୀନ ପ୍ରଜାଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ କଲ୍ୟାଣକାରୀ ବସୁନ୍ଧରା ଯୋଜନାରେ 21 ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ରାଜସ୍ବ ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହିଧର ରଣା,ଏଡିଏମ ବବିତା ଦଳବେହେରା,ତହସିଲଦାର ଅବିନାଶ ପାଣ୍ଡିଆ ପ୍ରମୁଖ ଯୋଗ ଦେଇ ଗରିବ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.