ETV Bharat / state

କ୍ଷତିପୂରଣ ଦାବିରେ ଜମିହରାଙ୍କ ରାସ୍ତା ଅବରୋଧ - ବୌଦ୍ଧରେ ଜମିହରା

ଜମିହରାଙ୍କ କ୍ଷତିପୂରଣ ଦାବି। ସମସ୍ତେ ଏକତ୍ରିତ ହୋଇ ସେତୁ ରାସ୍ତାକୁ ଅବରୋଧ କରିବା ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି । ଅଧିକ ପଢନ୍ତୁ..

କ୍ଷତିପୂରଣ ଦାବିରେ ଜମିହରାଙ୍କ ରାସ୍ତା ଦାବି
କ୍ଷତିପୂରଣ ଦାବିରେ ଜମିହରାଙ୍କ ରାସ୍ତା ଦାବି
author img

By

Published : Dec 16, 2020, 9:08 PM IST

ବୌଦ୍ଧ: କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ । ଜମି ହରାଉଥିବା ଲୋକଙ୍କୁ କ୍ଷତି ପୂରଣ ନ ଦେଇ ଆରଡି ବିଭାଗ ଠିକାଦାର ସହିତ ସଲାସୁତୁରାରେ କାର୍ଯ୍ୟକୁ ବିରୋଧ କରାଯାଇଛି ।

କ୍ଷତିପୂରଣ ଦାବିରେ ଜମିହରାଙ୍କ ରାସ୍ତା ଦାବି

ଦୀର୍ଘ ବର୍ଷର ସେତୁକୁ ନେଇ ଲାଗି ରହିଛି ବିବାଦ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସଦର ମହକୁମା ଠାରୁ ତରଭାକୁ ସଂଯୋଗ ପାଇଁ ତେଲନଦୀ ଉପରେ ଦୀର୍ଘ ଦିନ ହେଲା ସେତୁ ନିର୍ମାଣ କାର୍ଯ୍ୟ ସରିଛି । ସେତୁର ଉଭୟ ପାର୍ଶ୍ଵ ମଧ୍ୟରୁ ତରଭା ପାର୍ଶ୍ବରେ ଜମି ଅଧିଗ୍ରହଣ ଶେଷ ହୋଇ ସାରିଥିବାବେଳେ କଣ୍ଟାମାଳ ପାର୍ଶ୍ଵରେ କିନ୍ତୁ ଜମି ଅଧିଗ୍ରହଣ ନ ହୋଇ ଅସମ୍ପୂର୍ଣ୍ଣ ହୋଇ ରହିଛି ।

ଫଳରେ ଦୀର୍ଘ ବର୍ଷ ହେଲା ସେତୁ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଯୋଗାଯୋଗ ସ୍ବାଭାବିକ ହୋଇପାରିନାହିଁ । କିନ୍ତୁ ତଥାପି ମଧ୍ୟ ଉକ୍ତ ସେତୁ ଦେଇ ଅନେକ ଲୋକ ଯାତାୟାତ କରୁଛନ୍ତି । କଣ୍ଟାମାଳ ପାର୍ଶ୍ଵରେ ଆରଡି ବିଭାଗ ଓ ଠିକାଦାର ସଲାସୁତୁରାରେ ଜମି ଅଧିଗ୍ରହଣ ପ୍ରାପ୍ୟ ଅର୍ଥ ହିତାଧିକାରୀଙ୍କୁ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ଆଜି କ୍ଷତିଗ୍ରସ୍ତ ଲୋକ ଏକତ୍ରିତ ହୋଇ ସେତୁ ରାସ୍ତାକୁ ଅବରୋଧ କରିବା ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.