ETV Bharat / state

ବୌଦ୍ଧ ବସଷ୍ଟାଣ୍ଡ ଶୌଚାଳୟରେ ଝୁଲୁଛି ତାଲା

author img

By

Published : May 1, 2021, 10:43 AM IST

କୋରୋନା ସମୟରେ ଠିକରେ ସଫେଇ ହେଉନଥିବା ଅଭିଯୋଗ । ଜିଲ୍ଲା ସଦର ମହକୁମାର ବସଷ୍ଟାଣ୍ଡ ଠାରେ ଥିବା ଶୌଚାଳୟରେ ମଧ୍ୟ ଗତ ସପ୍ତାହରୁ ତାଲା ଝୁଲୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ସ୍ବଚ୍ଛତାର ଅଭାବ, ବସଷ୍ଟାଣ୍ଡ ଶୌଚାଳୟରେ ଝୁଲୁଛି ତାଲା

ବୌଦ୍ଧ: ଜିଲ୍ଲାରେ ଦୃତ ଗତିରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଭଳି ସମୟରେ ସ୍ବଚ୍ଛତା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳକୁ ଠିକରେ ସଫେଇ କରାଯାଉନଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅନେକ ନାଳ ନର୍ଦ୍ଦମା ଆବର୍ଜନାରେ ପୋତିହୋଇ ପଡୁଥିବା ବେଳେ ସହରର ଅନେକ ସ୍ଥାନ ମଶା ଉତ୍ପାଦନ କେନ୍ଦ୍ର ରହିଲା ଭଳି ମନେ ହେଉଛି ।

ଗତ କିଛି ଦିନ ତଳେ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସହର ପରିଦର୍ଶନ ସମୟରେ ଏଭଳି ସ୍ଥାନ ଗୁଡିକୁ ଦେଖି ପୌର କର୍ମଚାରୀଙ୍କ ଉପରେ ପ୍ରବଳ ବିରକ୍ତି ହେବା ସହ ଏନେଇ କଡା ତାଗିଦ କରିଥିଲେ ।

ସେପଟେ ବୌଦ୍ଧ ବସଷ୍ଟାଣ୍ଡ ଠାରେ ଥିବା ଶୌଚାଳୟରେ ଗତ ସପ୍ତାହରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଫଳରେ ସଧାରଣ ଲୋକ ଓ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଦୈନନ୍ଦିନ ଭିତ୍ତିରେ ସହରକୁ ପରିଷ୍କାର ପରିଛନ୍ନ ରଖାଯାଉଥିବା ପୌର ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ ଏଦିଗରେ ପୌର ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.