ETV Bharat / state

ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସ୍ଥାନିତକୁ କୋଶଳ କ୍ରାନ୍ତି ଦଳର ବିରୋଧ

ଶିକ୍ଷା ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସ୍ଥାନିତକୁ କୋଶଳ କ୍ରାନ୍ତି ଦଳ ପକ୍ଷରୁ ତୀବ୍ର ବିରୋଧ । ଏନେଇ ମଙ୍ଗଳବାର ଜିଲ୍ଲା କେକେଡି କର୍ମକର୍ତ୍ତା ପକ୍ଷରୁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 30, 2021, 12:43 PM IST

ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସ୍ଥାନିତକୁ କୋଶଳ କ୍ରାନ୍ତି ଦଳର ବିରୋଧ
ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସ୍ଥାନିତକୁ କୋଶଳ କ୍ରାନ୍ତି ଦଳର ବିରୋଧ

ବୌଦ୍ଧ: ଶିକ୍ଷା ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସ୍ଥାନିତକୁ କୋଶଳ କ୍ରାନ୍ତି ଦଳ ପକ୍ଷରୁ ତୀବ୍ର ବିରୋଧ । ଏନେଇ ମଙ୍ଗଳବାର ଜିଲ୍ଲା କେକେଡି କର୍ମକର୍ତ୍ତା ପକ୍ଷରୁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲା କୋଶଳ କ୍ରାନ୍ତି ଦଳ ପକ୍ଷରୁ ସରକାର ରାଜ୍ୟର ଜାତୀୟ ସଂଗୀତ ଭାବରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗୃହୀତ ସହିତ ବର୍ତ୍ତମାନ ଏହାକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କୁନେଇ ବିରୋଧ କରାଯାଇଥିଲା ।

କୋଶଳ କ୍ରାନ୍ତି ଦଳର ଜିଲ୍ଲା ସଂଯୋଜକ ସୁବେଦାର ଲଳିତ ମୋହନ ସାହୁଙ୍କ ନେତୃତ୍ବରେ ଦଳର ନେତା ଓ କର୍ମୀ ମଙ୍ଗଳବାର ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡିଶା ସରକାର କେବଳ ଉତ୍କଳ ଶବ୍ଦକୁ ପ୍ରାଧାନ୍ୟ ଦେଇ ଉଭୟ କୋଶଳ ଓ କଳିଙ୍ଗ ଅଞ୍ଚଳ ଅଧିବାସୀଙ୍କ ଭାବାବେଗକୁ କୁଠାରଘାତ କରିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅବସରରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.