ETV Bharat / state

ଦୁର୍ଦ୍ଦିନରେ ପାଚିକା, ଦାବି ପୂରଣ ପାଇଁ ଚୂଲି ବନ୍ଦ ଆନ୍ଦୋଳନ ଡାକରା - ଦାବି ପୂରଣ ପାଇଁ ଚୂଲି ବନ୍ଦ ଆନ୍ଦୋଳନ ଡାକରା

ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର । ଦରମା ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ନିବେଦନ ପରେ ମଧ୍ୟ ଶୁଣୁ ନାହିଁନ୍ତି ସରକାର। ଦାବି ପୂରଣ ପାଇଁ ଚୂଲି ବନ୍ଦ ଆନ୍ଦୋଳନ କରିବେ ପାଚିକା। ଅଧିକ ପଢ଼ନ୍ତୁ

ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର

author img

By

Published : Mar 26, 2023, 8:52 PM IST

ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର

ବୌଦ୍ଧ: ଦୁର୍ଦ୍ଦିନରେ ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକାଙ୍କ ପରିବାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଉଥିବା ପାଚିକାଙ୍କ ପରିବାରର ସଦସ୍ୟଙ୍କୁ ଦୁଇ ଓଳା ଭଲରେ ଖାଇବାକୁ ମିଳୁନାହିଁ । ତେଣୁ ବର୍ତ୍ତମାନ ସେମାନେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରି ଦେଇଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଉଥିବା ପାଚିକାଙ୍କ ପରିବାର ବର୍ତ୍ତମାନ ଓପାସରେ । ସ୍ବଳ୍ପ ପାରିଶ୍ରମିକ ଯୋଗୁଁ ସେମାନଙ୍କ ଜୀବନ ଚର୍ଯ୍ୟା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଦରମା ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ନିବେଦନ ପରେ ମଧ୍ୟ ଶୁଣୁ ନାହିଁନ୍ତି ସରକାର । ବାରମ୍ବାର ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ନେଇ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପାଚିକାମାନେ ସଜବାଜ ଆରମ୍ଭ କରିଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ପନ୍ଦର ଶହରୁ ଉର୍ଦ୍ଧ୍ବ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଥାନ୍ତି ପାଚିକା । ତେବେ ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ହେଲା ଏହି ପାଚିକା ମାନେ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବର୍ତ୍ତମାନ ମାତ୍ର 14 ଶହ ଟଙ୍କା ମାସିକ ବେତନ ପ୍ରଦାନ କରାଯାଉଛି । ଯାହାକି ବର୍ତ୍ତମାନ ସମୟରେ ଅତି ସ୍ବଳ୍ପ ବେତନ କୁହାଯାଇପାରେ । ସରକାର ଦୈନିକ ମଜୁରୀ ଧାର୍ଯ୍ୟ କରିଥିବା ବେଳେ ଏହି ପାଚିକା ମାନଙ୍କ ପାଇଁ କୌଣସି ଦର ନିର୍ଦ୍ଧାରିତ ନକରିବା ଅତ୍ୟନ୍ତ ଦୁଃଖ ଦାୟକ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି ପନ୍ଦର ଶହରୁ ଉର୍ଦ୍ଧ୍ବ ପାଚିକା ରହିଥିବା ବେଳେ ଅନେକ ପାଚିକା ବର୍ତ୍ତମାନ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡୁଛି । ସରକାର ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ରୋଜଗାର ଓ ବେତନ ସୁନିଶ୍ଚିତ କରୁଥିବା ବେଳେ ପାଚିକା ଭଳି ବର୍ଗ ସମାଜର ତଳ ସ୍ତରରେ ଯାଉଛି ବୋଲି କହିଛନ୍ତି ପାଚିକାମାନେ।

ସରକାରଙ୍କ ପକ୍ଷରୁ କେବଳ ପ୍ରତିଶ୍ରୁତି ଆଉ ପ୍ରତିଶ୍ରୁତି ମିଳୁଛି । ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି । ତେଣୁ ସରକାରଙ୍କ ଆନ୍ଦୋଳନ ଶେଷ ଉପାୟ ବୋଲି ପାଚିକାମାନେ କହିଛନ୍ତି । ଏଣୁ ଆଗାମୀ ଦିନରେ ସେମାନେ ଚୂଲି ବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ବୌଦ୍ଧ ଜିଲ୍ଲାର ଶହଶହ ପାଚିକାମାନେ ବୌଦ୍ଧ ସ୍ଥିତ ମାତଙ୍ଗେଶ୍ବର ମନ୍ଦିର ନିକଟରେ ଏନେଇ ଚରମ ନିଷ୍ପତ୍ତି ଗ୍ରହଣ ସହିତ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଯୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.