ବୌଦ୍ଧ: ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ବ ସ୍ତରୀୟ ଶିକ୍ଷାନୁଷ୍ଠାନ କିସର ଶାଖା ବିଦ୍ୟାଳୟ । ବୌଦ୍ଧ ଜିଲ୍ଲାର ଲୁଣିବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ପ୍ରାୟ ଦୁଇ ବର୍ଷ ହେଲା ପ୍ରୟାସ ଆରମ୍ଭ ହୋଇଥିଲା ।
ତେବେ ବୁଧବାର କନ୍ଧମାଳ ସାଂସଦ ତଥା କିସ ଓ କିଟର ପ୍ରତିଷ୍ଠାତା ଡ଼. ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ଗସ୍ତରେ ଆସିଥିବା ବେଳେ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ । ଏହି ବିଦ୍ୟାଳୟରଜ ଜିଲ୍ଲାର ଗରିବ ଛାତ୍ରଛାତ୍ରୀ ଙ୍କୁ ପାଠ ପଢିବାର ସୁଯୋଗ ମିଳିବ ବୋଲି ସାଂସଦ କହିଛନ୍ତି । ଏଭଳି ସୂଚନାକୁ ବୌଦ୍ଧ ଜିଲ୍ଲାର ଅବିଭାବକ ସ୍ବାଗତ କରିବା ସହ ଶିକ୍ଷାର ବିକାଶ ଦିଗରେ ଏହି ବିଦ୍ୟାଳୟ ସହାୟକ ହେବ ବୋଲି କହିଛନ୍ତି ।